Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ସମୁଦ୍ରରେ ନିଖୋଜ ନୟାଗଡ଼ ର ଓମକାର ର ଶବ ଉଦ୍ଧାର।

ଗୋପାଳପୁର ୨୮/୧୦ ଗୋପାଳପୁର ସମୁଦ୍ରରେ ସାଙ୍ଗ ମାନଙ୍କ ସହ ଗାଧୋଉଥିବା ବେଳେ ନୟାଗଡ଼ ର ଓମକାର ଗତ ଶୁକ୍ରବାର ନିଖୋଜ ରହିଥିବା ବେଳେ ଆଜି ସକାଳେ ତାଙ୍କ ର ମୃତ ଶରୀରକୁ ଗୋପାଳପୁର ନଦୀ ମୁହାଣ ଅଞ୍ଚଳରେ ଭାସମାନ ଅବସ୍ଥାରେ ଲାଇଫଗାର୍ଡ ଙ୍କ ଦ୍ବାରା ଉଦ୍ଧାର କରାଯାଇଛି।ଶବ ଉଦ୍ଧାର ପରେ ପୁଲିସ ପକ୍ଷରୁ ପରିବାର ବର୍ଗ ଙ୍କୁ ଖବର ଦିଆଯିବା ସହ ବ୍ୟବଛେଦ ପୂର୍ବକ ହସ୍ତାନ୍ତର କରାଯାଇଛି। ସୂଚନା ଅନୁସାରେ ଶୁକ୍ରବାର ସକାଳେ ନୟାଗଡ଼ରୁ ୮ ଜଣ ଯୁବକ, ଯୁବତୀ ଗୋପାଳପୁର ବେଳାଭୂମି ବୁଲିବାକୁ ଆସିଥିଲେ l ସକାଳ ପ୍ରାୟ ସାଢେ଼ ୧୧ ଟା ବେଳେ ଗୋପାଳପୁର ହୋଟେଲ ସି ସlଇଡ୍ ବ୍ରିଜ ନିକଟ ବେଳାଭୂମି ଠାରେ ସମସ୍ତେ ଗାଧୋଉଥିବା ବେଳେ ଅଚାନକ ଉଚ୍ଚ ଜୁଆର ଆସିବାରୁ ଓମ୍ କାର ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ l ଘଟଣା ନେଇ ସ୍ଥାନୀୟ ଲାଇଫ ଗାର୍ଡ କୁ ଖବର ଦିଆଯାଇଥିଲାl ଲାଇଫ ଗାର୍ଡ ଜି. ଜଗନ୍ନାଥ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ ମଧ୍ୟ ନିଖୋଜ ଓମକାର ଙ୍କ କୌଣସି ଖବର ପାଇ ନଥିଲେ lକନିଷି ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା କୌଣସି ଖବର ମିଳି ପାରି ନଥିଲା। ଅକ୍ଟୋବର ମାସରେ ପ୍ରାୟ ୧୦ ରୁ ଉର୍ଦ୍ଧ ପର୍ଯ୍ୟଟକଙ୍କୁ ବୁଡ଼ି ଯାଉଥିବା ବେଳେ ନିୟୋଜିତ ଥିବା ଲାଇଫ ଗାର୍ଡ ଉଦ୍ଧାର କରିଥିବା ବେଳେ ଓମକାର ଙ୍କ ମୃତ୍ୟୁ ଘଟିଥିଲା। ସୂଚନା ଯୋଗ୍ୟ ଯେ ଗୋପାଳପୁର ବେଳାଭୂମିରେ ପ୍ରାୟ ୫୦ ସ୍ଥାନୀୟ ମତ୍ସ୍ୟଜୀବୀ ଯୁବକକୁ ପର୍ଯ୍ୟଟକ ଙ୍କ ସୁରକ୍ଷା ନିମନ୍ତେ ଲାଇଫଗାର୍ଡ ଭାବେ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ପର୍ଯଟନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇ ଗତ କିଛି ମାସ। ତଳେ ସେମାନଙ୍କୁ ୨ ଦିନିଆ ତାଲିମ ପ୍ରଦାନ କରାଯାଇଥିଲା ଏବଂ ଜୁଲାଇ ମାସ ସୁଦ୍ଧା ସେମାନଙ୍କୁ ବେଳାଭୂମି ରେ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଥିଲା। କିନ୍ତୁ ଏହା ମଧ୍ୟରେ ୩ ମାସ ବିତିବାକୁ ଯାଉଥିବା ବେଳେ ଲାଇଫଗାର୍ଡ ନିୟୋଜିତ ବ୍ୟବସ୍ଥା କାର୍ଯକାରୀ ହୋଇ ପାରୁନଥିବା ବେଳେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ସମୁଦ୍ର ରେ ଗାଧୋଉଥିବା ବେଳେ ଅକାରଣରେ ଜିବନ ବିପଦରେ ପଡୁଥିବା ଅଭିଯୋଗ ହେଉଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories