ବୀରମହାରାଜପୁର ସ୍ଥିତ ପଣ୍ଡିଆ ପାଲି ଖେଳ ପଡିଆରେ 24 ତମ ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗୀତା ଉଦଘାଟିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ ସ୍ଥିତ ପଣ୍ଡିଆପାଲି ଖେଳ ପଡିଆ ଠାରେ ୨୪ ତମ ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗୀତା ଶନିବାର ଉଦଘାଟିତ ହୋଇଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୦୦ ରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଶତାଧିକ କୋଚ୍ , ସ୍କୋରର , ଟିମ ମ୍ୟାନେଜର , ଜର୍ଜ ଓ ଅଭିଭାବକ , ଅଭିଭାବିକା ଯୋଗଦାନ କରିଥିଲେ । ପାଞ୍ଚଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାରେ ଶୁକ୍ରବାର ସୁବର୍ଣ୍ଣପୁର ଜିଲ୍ଲା ତୀରନ୍ଦାଜ ସଂଘର ସମ୍ପାଦକ ପଙ୍କଜ ଖମାରୀଙ୍କ ନେତୃତ୍ତ୍ଵରେ ଶତାଧିକ କଳାକାର ଓ ପ୍ରତିଯୋଗୀଙ୍କ ଗହଣରେ ଏକ ଧନୁତୀର ଶୋଭାଯାତ୍ରା ବୀରମହାରାଜପୁର ପରିକ୍ରମା କରିଥିଲା । ଶନିବାର ଆନୁଷ୍ଠାନିକ ଭାବେ ଉକ୍ତ ପ୍ରତିଯୋଗୀତା ଉଦଘାଟିତ ହୋଇଥିବା ବେଳେ ଆସନ୍ତା ୩୧ ତାରିଖ ଦିନ ଉଦଯାପିତ ହେବ । ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା , ମୁଖ୍ୟ ବକ୍ତା ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି , ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜିଳିନା ପ୍ରଧାନ , ଉପଜିଲ୍ଲାପାଳ ଲଲାଟେନ୍ଦୁ ସି , ଜିଲ୍ଲା ସ୍ପୋର୍ଟସ ଅଧିକାରୀ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ରଞ୍ଜିତ ରଥ , ରାଜ୍ୟ ତୀରନ୍ଦାଜ ସଂଘ ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଦାସ , ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁ , ଅଧ୍ୟାପିକା ମିନା ମହାରଣା , ବୀରମହାରାଜପୁର ବ୍ଲକ ଶିକ୍ଷା ଆଧିକାରୀ ଶାନ୍ତନୁ କୁମ୍ଭକାର , ସମାଜସେବି ପ୍ରିୟବ୍ରତ ସାହୁ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦାନ କରିଥିଲେ । ଗାୟତ୍ରୀ ଆବାସିକ ଶିକ୍ଷା ନିକେତନର ଛାତ୍ରୀମାନଙ୍କ ଦ୍ଵାରା ପ୍ରଥମେ ସ୍ଵାଗତ ସଙ୍ଗୀତ ଗାନ କରଯାଇଥିଲା ଓ ଏକ ଭବ୍ୟ ସମାରୋହରେ ଗୋକୁଳ ଚନ୍ଦ୍ର ପତି ଓ ବିଧାୟକ ଶ୍ରୀ ବେହେରାଙ୍କ ଦ୍ଵାରା କ୍ରୀଡା ପତାକା ଉତ୍ତୋଳନ କରାଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲା ତୀରନ୍ଦାଜ ସଂଘର ସଭାପତି ପ୍ରଦୀପ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ସମ୍ପାଦକ ପଙ୍କଜ ଖମାରି ବିବରଣି ପାଠ କରିଥିଲେ I ରାଜ୍ୟ ଯୁଗ୍ମସଂପାଦକ କୃଷ୍ଣ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ I