ବ୍ଲକ ସ୍ତରୀୟ ଶିଶୁ ସୁରଭି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ଶନିବାର ବ୍ଳକ ସ୍ତରୀୟ ଶିଶୁ ସୁରଭି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତାନୁ କୁମ୍ଭକାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ୧ ତାରିଖ ରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି , ଓଡିଶା ମିଲେଟସ ଓ କଳା ଉତ୍ସବ ୨୦୨୩ ପାଇଁ ଆଲୋଚନା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସୁରଭି ୧୦ ଗୋଟି , ମିଲେଟସରେ ୩ ଗୋଟି ଓ କଳା ଉତ୍ସବ ୧୦ ଗୋଟି ପ୍ରତିଯୋଗିତା ହେବାର ସ୍ଥିରୀକୃତ ହୋଇଛି । ସାଂସ୍କୃତିକ ପ୍ରତିଯୋଗିତା ରେ ବିଚାରକ ଭାବେ ଶତୃଘନ ଲୁହା , ବିରେନ ଜଗଦଲା , ମୁଗ୍ଧା ଦାସ , ଚୁମକି ମିଶ୍ର , ପ୍ରିୟଙ୍କା ସୁନା , ସୃଷ୍ଟି ଶିଖା ମହାପାତ୍ର ପ୍ରମୁଖ ରହିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଶିଶୁ ପ୍ରତିଭା ବିକାଶ ପାଇଁ ରାଜ୍ୟ ସରକାର ଏକ ଅଭୂତପୂର୍ବ କାର୍ଯ୍ୟକ୍ରମ ତେଣୁ ସମସ୍ତ ଜନସାଧାରଣ ଶିକ୍ଷକ , ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ସାମିଲ ହେବାକୁ ନିବେଦନ କରିଛନ୍ତି ।