ମୁର୍ଷୁଣ୍ଢୀ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ୪୧ ତମ ଗଜଲକ୍ଷ୍ମୀ ପୂଜା ଅବସରରେ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପୋଖରୀରେ ଗଙ୍ଗା ମାତାଙ୍କ ଆବାହନ କରି ରୀତିନୀତି ପୂଜାର୍ଚ୍ଚନା କରାଯାଇଥିଲା । ଗ୍ରାମର ଶତାଧିକ ମହିଳା ପୁରୁଷ ଜଳ ପୂର୍ଣ୍ଣ କଳସି ଧରି ଶଙ୍ଖ ହୁଳହୁଳି ସଂକୀର୍ତ୍ତନ ରେ ଏକ ଆଧ୍ୟାତ୍ମିକ ପରିବେଶରେ ନଗର ପରିକ୍ରମା କରି ପୂଜା ମଣ୍ଡପକୁ ପହଞ୍ଚି ସ୍ଥାପନ କରାଯାଇଥିଲା । ରବିବାର ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ପୂଜକ ପଣ୍ଡିତ ସଦାନନ୍ଦ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଉତ୍ତର ପାତ୍ର ଧର୍ମପତ୍ନୀ କର୍ତ୍ତା ଦାଇତ୍ୱ ତୁଲାଉଛନ୍ତି । ପୂଜା କମିଟିର ପରିଚାଳନା ସଭାପତି ଲବ କୁମାର ସାହୁ , ଉପ ସଭାପତି ତ୍ରୟଞ୍ଜିବୀ ମିଶ୍ର , ସମ୍ପାଦକ ବିଦ୍ୟାଧର ଖୁର୍ଡିଆ , କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି, ଉପଦେଷ୍ଟା ରାଜ ଗୋପାଲ ପାଣିଗ୍ରାହୀ ଓ କୁଶ କୁମାର ସାହୁ ଙ୍କ ସମେତ ଚିତ୍ତରଞ୍ଜନ ସାହୁ , ମନୋଜ ନାଏକ, ବଳରାମ ପଧାନ , ଶାନ୍ତାନୁ କ୍ଷେତି , ଲୋକନାଥ ସାହୁ, ପଦ୍ମନାଭ ପଧାନ, ଉତ୍ତର ନାଏକ, ହିମାଂଶୁ ପଧାନ, ସନ୍ତୋଷ ସମର୍ଥ , ସହଦେବ ମହାକୁର, ଅନନ୍ତ ସାହୁ,ପରାସର ସେଠି , ମନୋଜ ସାହୁ , ଆଦିତ୍ୟ ସାହୁ ବିଶ୍ଵନାଥ ଦାସ ଙ୍କ ସମସ୍ତ ସଦସ୍ୟ ସାମିଲ ହୋଇଥିଲେ ।