Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହୁଆ ମୈତ୍ରଙ୍କ ସହ ବିଜେଡି ସାଂସଦଙ୍କ ଲିଙ୍କ୍ ପ୍ରସଙ୍ଗ, ଅପରାଜିତା କହିଲେ-ଯାହାଙ୍କ ସଂପୃକ୍ତି ରହିଛି ସବୁ ବାହାରିବେ

ଭୁବନେଶ୍ଵର: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ତୃଣମୂଳ କଂଗ୍ରେସ(ଟିଏମସି)ର ସାଂସଦ ମହୁଆ ମୈତ୍ରଙ୍କ ଅଡୁଆ ବଢିବାରେ ଲାଗିଛି। ତାଙ୍କୁ ଲୋକସଭାର ଏଥିକ୍ସ କମିଟି ସମ୍ମୁଖରେ ହାଜର ହେବାକୁ ପଡ଼ିବ। ଏଥିପାଇଁ ସେ ସମୟ ମାଗିଛନ୍ତି। ଅନ୍ୟପଟେ ମହୁଆ ମୈତ୍ରଙ୍କ ସହ ବିଜେଡି ସାଂସଦଙ୍କ ଲିଙ୍କ୍ ପ୍ରସଙ୍ଗ ଓଡ଼ିଶା ରାଜନୀତିକୁ ସରଗରମ କରିଛି। ଏହି ପ୍ରସଙ୍ଗରେ ଭୁବେନଶ୍ଵର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଏଥିରେ ଯାହାଙ୍କ ସଂପୃକ୍ତି ରହିଛି ସବୁ ବାହାରିବେ। ଏଥିକ୍ସ କମିଟିର ସଦସ୍ୟ ଭାବେ ଏହାର ସୂଚନା ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ।

ଅକ୍ଟୋବର ୨୬ ତାରିଖରେ ଏଥିକ୍ସ କମିଟିର ଗେଟିଏ ବୈଠକ ଅନୁଷ୍ଠିତ ହୋଇଛି। ଆମେ ଆଇନଜୀବୀ ଜୟ ଅନନ୍ତ, ସାଂସଦ ନିଶିକାନ୍ତ ଦୁବେଙ୍କ ପକ୍ଷ ଶୁଣିଲୁ। ୩୧ ତାରିଖରେ ମହୁଆଙ୍କୁ ଡାକିଥିଲୁ, ସେ ଆସିବକୁ ମନା କରିଛନ୍ତି। ଏଥିକ୍ସ କମିଟି ଆଗରେ ହାଜର ହେବାକୁ ସେ ସମୟ ମାଗିଛନ୍ତି। ତେଣୁ ମହୁଆଙ୍କୁ ପୁନର୍ବାର ୨ ତାରିଖରେ ହାଜର ହେବାକୁ ଡାକିଛୁ। ମାମଲାର ପ୍ରୋସିଡିଂ ଉପରେ କହିବା ଠିକ୍ ହେବନି, ଏହା କନଫିଡେନସିଆଲ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

ସୂଚନାଯୋଗ୍ୟ, ଏହି ପ୍ରସଙ୍ଗରେ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ମହୁଆଙ୍କ ସହ ଲିଙ୍କ୍ ଥିବା ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ ରାଜ୍ୟ ବିଜେପି ବିଜେଡିକୁ ଘେରିଛି। ରାଜ୍ୟ ସରକାର ଏହା ଉପରେ ବିବୃତି ଦିଅନ୍ତୁ ବୋଲି ରାଜ୍ୟ ବିଜେପି ଦାବି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ