Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୃହରେ ଶୀତଳଭଣ୍ଡାର ତାତି;୩୬ ସଚଳ, ୯୭ ଅଚଳ

ଭୁବନେଶ୍ବର: ଆଜି ବିଧାନସଭାରେ ଉଠିଛି ଶୀତଳଭଣ୍ଡାର ତାତି। ସେଥିରୁ କେତେ କାର୍ଯ୍ୟକ୍ଷମ ରହିଛି ଏବଂ କେତୋଟି ଶୀତଳଭଣ୍ଡାର ଅଚଳ ଅବସ୍ଥାରେ ପଡ଼ିରହିଛି ସେ ସମ୍ବନ୍ଧୀୟ ବିସ୍ତୃତ ବିବରଣୀ ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପତାପ ସ୍ବାଇଁ। ଗୃହରେ ଶୀତଳଭଣ୍ଡାର ସମସ୍ୟାକୁ ନେଇ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ। ସେ କହିଛନ୍ତି ଯେ ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଥିବା ବେଳେ ସେଥିରୁ ମାତ୍ର ୩୬ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ଅଛି।

ଏଭଳି ଅବ୍ୟବସ୍ଥା ଯୋଗୁ ପନିପରିବା ସଂରକ୍ଷଣରେ କେତେ ଯେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ସେ ନେଇ ସଦସ୍ୟମାନେ ଗୃହରେ କ୍ଷୋଭ ପ୍ରକାଶ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେତିକି ଶୀତଳ ଭଣ୍ଡାର ଅକାମି ହୋଇଯାଇଛି ‌ସେଗୁଡିକୁ ପୁଣି ଥରେ ସଚଳ କରିବା ଅସମ୍ଭବ। ଏଗୁଡିକୁ ତିଆରି କରିବା ଟଙ୍କାରେ ଆଉ ଏକ ନୂଆ ଶୀତଳ ଭଣ୍ଡାର ନିର୍ମାଣ ହୋଇପାରିବ। ତେବେ ଏହି ଅଭାବକୁ ଦୂର କରିବା ପାଇଁ ୧୦୦୦ଟି ଶୀତଳଭଣ୍ଡାର ନିର୍ମାଣ ଲାଗି ସରକାର ଯୋଜନା ଚଳାଇଥିବା କହିଛନ୍ତି। ଏଗୁଡିକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ପରିଚାଳନା କରାଯିବ।

ଏପ୍ରିଲ ୧ରୁ ଶୀତଳିକରଣ ଗୃହ, ପରିବହନ ଖର୍ଚ୍ଚ ଓ ଗୃହ ପରିବହନ ଖର୍ଚ୍ଚ ଉପରେ ୭୦ ପ୍ରତିଶତ ରିହାତି ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ