Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୪ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ମିଳିଲା ପରିଚୟ, ଓଡ଼ିଶାରୁ କେହି ନାହାନ୍ତି

ରାୟଗଡ଼ା: ଆନ୍ଧ୍ରପ୍ରଦେଶର କଣ୍ଟକପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ରବିବାର ରାତିରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୪ ଛୁଇଁଛି । ମୃତକଙ୍କ ମଧ୍ୟରେ ଲୋକୋ ପାଇଲଟ୍ ଓ ଗାର୍ଡ ରହିଛନ୍ତି। ୧୪ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି। ଚିହ୍ନଟ ୧୧ ଜଣଙ୍କ ମଧ୍ୟରୁ କେହି ଓଡ଼ିଶାର ନୁହନ୍ତି। ଅନ୍ୟ ମୃତକଙ୍କ ପରିଚୟ ମଧ୍ୟ ମିଳି ପାରି ନାହିଁ। ଲୋକୋ ପାଇଲଟ୍ ଏସଏମଏସ ରାଓ ଓ ଗାର୍ଡ ହେଉଛନ୍ତି ଏମ.ଶ୍ରୀନିବାସଙ୍କ ମୃତ୍ୟୁ ଘଟିଛି। ବିଜୟନଗରମ ଜିଲ୍ଲା ପ୍ରଶାସନ ଏହି ସୂଚନା ଜାରି କରିଛନ୍ତି। ଅନ୍ୟପଟେ ଟ୍ରେନ ଦୁର୍ଘଟଣା ଯୋଗୁଁ ଟ୍ରେନ ବାତିଲ ସଂଖ୍ୟା ବଢିବାରେ ଲାଗିଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ମୋଟ୍ ୫୨ ଜଣଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଥିରୁ ୨୯ ଜଣ ଡିସଚାର୍ଜ ହୋଇଥିବା ବେଳେ ୨୩ ଜଣ ଚିକିତ୍ସାଧୀନ ଅଛନ୍ତି। ୨୩ ଚିକିତ୍ସାଧୀନଙ୍କ ମଧ୍ୟରେ ୧୨ ଜଣ ପୁରୁଷ ଓ ୧୧ ଜଣ ମହିଳା ଅଛନ୍ତି। ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ଦିଆଯାଇଛି।

ଉଲ୍ଲେଖନୀୟ ଆନ୍ଧ୍ରପ୍ରଦେଶର କଣ୍ଟକପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି। କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍‌ଠାରୁ ୨୦୦ ମିଟର ଦୂରରେ ଛିଡ଼ା ହୋଇଥିବା ପଲାସା ପାସେଞ୍ଜରକୁ ସେହି ଟ୍ରାକ୍‌ରେ ଆସୁଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ଟି ଧକ୍କା ଦେଇଥିଲା।