ମୁରଶୁଣ୍ଢୀ ଗଜଲକ୍ଷ୍ମୀ ପୂଜା ଆରମ୍ଭ କରିଥିବା ବହୁ ପୁରୁଣା କର୍ମକର୍ତ୍ତା ଙ୍କୁ ପୂଜାର ପ୍ରଥମ ଦିନରେ ସମ୍ବର୍ଦ୍ଧିତ ଓ ମୁରାସୁର ଦରବାର ଉଦଘାଟିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ରେ ହେଉଥିବା ଗଜଲକ୍ଷ୍ମୀ ପୂଜା ଅବସର ରେ ମୁରାସୁର ଦରବାର ରବିବାର ଉଦ୍ଘାଟିତ ହୋଇଯାଇଛି । ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ଲବ କୁମାର ସାହୁ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ମନୋଜ କୁମାର ସାହୁ ମୁଖ୍ୟ ଅତିଥି ଏବଂ ସମିଟିସଭ୍ୟା ରୀତା ଗର୍ଡ଼ିଆ , ସ୍ବେଚ୍ଛାସେବୀ ସତ୍ୟଞ୍ଜିବ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସର ରେ ପୂର୍ବରୁ ପୂଜା ଆରମ୍ଭ କରିଥିବା ଗ୍ରାମର ବୈରାଗୀ ସାହୁ , ବିପିନ ମିଶ୍ର , ସନ୍ତୋଷ ପଣ୍ଡା , ଦର୍ଶନିଆ ସାହୁ , ଜୟଦେବ ଖେତି , ମାଗୁଣି ସାହୁ ଓ ମକୁନ୍ଦ ଦେବ ବିଶ୍ଵାଳ ଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ପରେ ମୁକ୍ତାକାଶ ରଙ୍ଗମଞ୍ଚ ରେ ଆରମ୍ଭ ହୋଇଥିଲା ଲୀଳା ନାଟକ। ଏଥିରେ ମୁରାସୁର ଭୂମିକାରେ ଅନ୍ତର୍ଡା ( ବିନିକା) ର ଗୋପାଳ ପଣ୍ଡା ଅଭିନୟ କରୁଛନ୍ତି । ପ୍ରଥମ ରଜନୀରେ କର୍ଣ୍ଣାଟ ପ୍ରଦେଶରେ ମୁରାସୁର ର ରାଜ୍ୟ ଅଭିଷେକ , ଶିବଙ୍କୁ ତପସ୍ୟା କରି ବରପ୍ରାପ୍ତି ଏବଂ କନକବତୀ ରାଜ୍ୟ ନିର୍ମାଣ ଆଦି ନାଟ୍ୟାଭିକ୍ରମରେ ପରିବେଷଣ ହୋଇଥିଲା । ଏହା ସହିତ ମଞ୍ଚରେ ଅନ୍ୟ କଳାକାର ଙ୍କ ଦ୍ଵାରା ଅଭିନୟ ବେଶ ମନମୁଗ୍ଧ ହୋଇଥିଲା । ଏହା ସହିତ ସମ୍ବଲପୁରୀ ନୃତ୍ୟ , ଆଧୁନିକ ନୃତ୍ୟ ଆଦି ପରିବେଷଣ ହୋଇଥିଲା । ଏହା ଦେଖିବାକୁ ଶତାଧିକ ଦର୍ଶକଙ୍କ ସମାଗମ ହୋଇଥିଲା।