କୋକସରା:୩୦/୧୦ କୋକସରା ବ୍ଲକ କାର୍ଯ୍ୟାଳୟ ରେ ନୂତନ ବିଡ଼ିଓ ଭାବେ ସ୍ନେହାପ୍ରଭା ମାଝୀ ସୋମବାର ଦିନ ଯୋଗ ଦେଇଛନ୍ତି। ତାଙ୍କୁ ବ୍ଲକ ର କର୍ମଚାରୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ପୂର୍ବରୁ ସେ କୋଟପାଡ଼ ବିଡ଼ିଓ ରହିଥିଲେ। ଭାରପ୍ରାପ୍ତ କୋକସରା ବିଡ଼ିଓ ଶ୍ରୀଧର ପଣ୍ଡାଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ। କୋକସରା ର ପୂର୍ବତନ ବିଡ଼ିଓ ଉତ୍ତମ ବାଗ ପଦୋନ୍ନତି ପାଇ ନୂଆପଡା ଜିଲ୍ଲା କୁ ବଦଳି ହେବାପରେ ସେ ଯୋଗ ଦେଇଛନ୍ତି। ଏହି ଅବସର ରେ ବିଡ଼ିଓ ସମସ୍ତ ଜନ ପ୍ରତିନିଧି,କର୍ମଚାରୀ ଓ ଜନସାଧାରଣ ଙ୍କ ସହଯୋଗ କାମନା କରିଥିଲେ।
କୋକସରା ବ୍ଲକ ରେ ଯୋଗଦେଲେ ନୂତନ ବିଡ଼ିଓ।
