Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁମ୍ବାଇର ‘ମସ୍କ୍ୟୁ’ ଦେଶର ସର୍ବଶ୍ରେଷ୍ଠ ରେସ୍ତୋରାଁ

ମୁମ୍ବାଇ: ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ବ୍ୟଞ୍ଜନ ଖାଇବାକୁ ସମସ୍ତେ ବେଶ୍‌ ପସନ୍ଦ କରନ୍ତି। ସପରିବାର ବା ସାଙ୍ଗମାନଙ୍କ ସହ ମିଶି ରେସ୍ତୋରାଁରେ ଖାଇଲେ ଏହାର ମଜା ଆହୁରି ଦୁଇଗୁଣା ବଢିଯାଏ। ଚଳିତ ବର୍ଷ ଅର୍ଥାତ୍‌ ୨୦୨୩ ବର୍ଷ ପାଇଁ ଏସିଆର ଶ୍ରେଷ୍ଠ ୫୦ ରେସ୍ତୋରାଁର ନାଁ ନିକଟରେ ଘୋଷଣା କରାଯାଇଥିଲା। ମୁମ୍ବାଇ, ଦିଲ୍ଲୀ ଏବଂ ଚେନ୍ନାଇର ଅବସ୍ଥିତ କିଛି ରେସ୍ତୋରାଁଗୁଡିକୁ ଏହି ତାଲିକାରେ ସ୍ଥାନିତ କରାଯାଇଛି।

୨୦୨୩ ବର୍ଷ ପାଇଁ ଏହି ସମ୍ମାନଜନକ ତାଲିକାରେ ତିନୋଟି ଭାରତୀୟ ରେସ୍ତୋରାଁରେ ସ୍ଥାନ ପାଇଛି। ମୁମ୍ବାଇର ‘ମସ୍କ୍ୟୁ’ ହେଉଛି ଭାରତର ସର୍ବୋତ୍ତମ ରେସ୍ତୋରାଁ। ସେହିପରି ୧୬ ତମ ସ୍ଥାନ ଅଧିକାର କରିଛି ଦିଲ୍ଲୀର ‘ଇଣ୍ଡିଆନ୍ ଆସେଣ୍ଟ’ ୧୯ ତମ ସ୍ଥାନରେ ଥିବାବେଳେ ଚେନ୍ନାଇର ଆଇଟିସି ଗ୍ରାଣ୍ଡ ଚୋଲାରେ ଥିବା ‘ଆବର୍ତ୍ତନ’ ୩୦ ତମ ସ୍ଥାନରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ