Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆଇ କ୍ୟୁ ଏ ସି ପକ୍ଷରୁ ବୈଠକ

ଗୋପାଳପୁର ୩୦/୧୦ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆଜି ସିନେଟ ହଲ ଠାରେ ବିଶ୍ବବିଦ୍ୟାଳୟର ଅନ୍ତ ଗୁଣବତ୍ତା ମାନ ନିର୍ଧାରଣ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରତ୍ୟେକ ବର୍ଷ ବାର୍ଷିକ ରିପୋର୍ଟ ଦେବା ପାଇଁ ଆଲୋଚନା ହୋଇଥିଲା l ଯୋ ଦ୍ୱାରା କି ନାକ ଟିମ ଗସ୍ତ ବେଳେ ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇଁ ସହାୟକ ହୋଇପାରିବ l ଏହି ବୈଠକରେ ଶିକ୍ଷଣିୟ ବ୍ୟବସ୍ଥାର ଉନ୍ନତି କରଣ, ନାକ ମାନ୍ୟତା ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ, ଛାତ୍ର, ଛାତ୍ରୀଙ୍କ ଉପସ୍ଥିତି ଓ ପ୍ରସ୍ତାନ ବ୍ୟବସ୍ଥାରେ ଉନ୍ନତି କରଣ, ପରୀକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ନବୀକରଣ,ଛାତ୍ର, ଛାତ୍ରୀଙ୍କ ପାଠ୍ୟକ୍ରମରେ ବିଭିନ୍ନ ସୁବିଧା, ଅଧ୍ୟାପକ, ଅଧ୍ୟାପିକା, ଗବେଷକ, ଗବେଷିକା ମକ ସନ୍ଧର୍ଭ ବୃଦ୍ଧି, ଏନ ଏସ ଏସ ଦ୍ୱାରା ବିଭିନ୍ନ ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ,ୟୁ ଜି ସି ଅନୁଦାନ ପ୍ରକଳ୍ପର ବୃଦ୍ଧି, ଆଲୁମିନିରେ ପୁରାତନ ଛାତ୍ର ଛାତ୍ରୀଙ୍କୁ ସାମିଲ କରିବା, କ୍ୟାମ୍ପସର ସୋନ୍ଦର୍ଯ୍ୟ କରଣ ଉପରେ ଆଲୋଚନା ହୋଇଥିଲା l ନଭେମ୍ବର ୩୦ ସୁଦ୍ଧା ବାର୍ଷିକ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିଲା l ଏଥିରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ,ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, ସିଡିସି ନିର୍ଦ୍ଧେଶକ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ଆଇ କ୍ୟୁ ଏ ସି ଯୁଗ୍ମ ନିର୍ଦ୍ଧେଶକ ଡ଼. ଲକ୍ଷ୍ମୀଧର ରାଉତଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories