Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ ଚୋରି ମାମଲାରେ ଜଣେ ଗିରଫ

ଗୋପାଳପୁର, ୩୦/୧୦ ଗୋପାଳପୁର ପୁଲିସ ପକ୍ଷରୁ ବାଇକ ଚୋରି ମାମଲାରେ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ହେଲେ ନାରାୟଣପୁର ଗ୍ରାମର ଶ୍ରୀଧର ବେହେରା ବୋଲି ପୁଲିସ କହିଛି l ସୂଚନା ପ୍ରକାରେ ଡୁରା଼ ଗ୍ରାମ ସ୍ଥିତ ବ୍ୟାଙ୍କ କୋଲାନିର ଜୟ ରେଡି ଚଳିତ ମାସ ୨୩ ତାରିଖରେ ନିଜ ଘର ସମ୍ମୁଖରେ ନିଜର ବାଇକ( ଓଡି ୦୭ଟି ୭୩୩୭) ରଖିଥିଲେ l ୨୪ ତାରିଖ ସକାଳୁ ବାଇକଟି ନଥିବାରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ ୪୨୧/୨୩ ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଆଜି ପଥରା ଛକରେ ଗାଡ଼ି ଯାଞ୍ଚ ସମୟରେ ଅଭିଯୁକ୍ତ ଶ୍ରୀଧରକୁ କାବୁ କରିବା ସହ ତାହା ନିକଟରୁ ଚୋରି ବାଇକ ଉଦ୍ଧାର ସହ ଆଜି କୋର୍ଟ ଚାଲାଣ କରିଥିବା ପୁଲିସ କହିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories