ଧବଳେଶ୍ୱର ମହାଦେବ ପୀଠରେ ପ୍ରଥମ ସୋମବାରରେ ଶ୍ରଦ୍ଧାଳୁଙ୍କ ଭିଡ଼


ଗୋପାଳପୁର ୩୦/୧୦ କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଶ୍ରୀ ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବ ପୀଠରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି l ଆଜି ଭୋର ସକାଳୁ ପୂଜକ ଶଙ୍କର ରଣା, ଜଗନ୍ନାଥ ରଣା, ନିରଞ୍ଜନ ରଣା, ମାଗୁଣି ରଣା, ଭଗବାନ ରଣା, ସୁବାଷ ଚନ୍ଦ୍ର ରଣା ଉପସ୍ଥିତ ରହି ମହାଦେବଙ୍କ ନିକଟରେ ଅଭିଷେକ ମାର୍ଜନା, ୧ ଶହ ୮ ବେଲପତ୍ର, ସୁବାଶିତ ଜଳରେ ସ୍ତାନ, ବାଳଭୋଗ କରିବା ପରେ ଭୋର ସକାଳୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ମନ୍ଦିର ଦ୍ୱାର ଖୋଲା ହୋଇଥିଲା l ଭକ୍ତ ମାନେ ଭୋଗ ସାମଗ୍ରୀ ଧରି ପୂଜାର୍ଚ୍ଚନା କରିଥିଲେ l ଆଜି ସକାଳୁ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ଭିଡ଼ ହୋଇଥିବା ସୂଚନା ମିଳିଛି l କମିଟି ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା କରାଯିବା ସହ କମିଟି ପକ୍ଷରୁ ଯୁବକ ମାନଙ୍କୁ ନିୟୋଜିତ କରାଯାଇଥିବା କମିଟି ପକ୍ଷରୁ ସୂଚନା ମିଳିଛି l ସଭାପତି ଲୋକନାଥ ସାହୁ, ସମ୍ପାଦକ ବି. ଲକ୍ଷ୍ମୀ ନାରାୟଣ, ଉପ ସଭାପତି ଏ. ପୁରୁଷୋତ୍ତମ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l ଗୋପାଳପୁର ପୁଲିସ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ l