ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ ନିକଟସ୍ଥ ପଣ୍ଡିଆପାଲି ଖେଳ ପଡିଆ ଠାରେ ଚାଲିଥିବା ୨୪ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତଯୋଗିତାର ରବିବାର ଚତୁର୍ଥ ଦିବସରେ ପହଞ୍ଚିଛି । ରବିବାର ରିକର୍ଭ ଓ କମ୍ପାଉଣ୍ଡ ରାଉଣ୍ଡ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଲୋଇସିଂହା ବିଧାୟକ ମୁକେଶ ମାହାଲିଙ୍ଗ ମୁଖ୍ୟ ଅତିଥି ଏବଂ ତରଭା କଲେଜ ଅଧ୍ୟକ୍ଷା ମୀନତି ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ l ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ , ଜର୍ମାନୀରୁ ଆସିଥିବା ଅଧ୍ୟାପିକା ଉଲରିକେ ଜେହେଶାନ , ଜେଲ ଅଧିକ୍ଷକ ଅଞ୍ଜଳି ପୁଟେଲ , ଉପଖଣ୍ଡ ପୁଲିସ ଅଧିକାରୀ ବାସୁଦେବ ଛତ୍ରିଆ , ଅବସରପ୍ରାପ୍ତ ଶିକ୍ଷକ ଭୂଷଣ ପାତ୍ର , କୋଶଳ ଆବାସିକ ବିଦ୍ୟାଳୟର ପ୍ରତିଷ୍ଠାତା ସଞ୍ଜୟ ସାହୁ , ସାଂସଦ ପ୍ରତିନିଧି ନଳିନୀ ପଣ୍ଡା , ରାଜ୍ୟ ତୀରନ୍ଦାଜ ସଙ୍ଘର ସମ୍ପାଦକ ସମ୍ପୂର୍ଣାନନ୍ଦ ଦାସ , ଜିଲ୍ଲା ତୀରନ୍ଦାଜ ସଙ୍ଘର ସଭାପତି ପ୍ରଦୀପ ପଣ୍ଡା , ସମ୍ପାଦକ ପଙ୍କଜ ଖମାରୀ , ଶତ୍ରୁଘ୍ନ ମେହେର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସଙ୍ଘର କୋଷାଧ୍ୟକ୍ଷ ଯୁଧିଷ୍ଠିର ଖମାରୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଯୁଗ୍ମ ସମ୍ପାଦକ କୃଷ୍ଣଚନ୍ଦ୍ର ସେଠି ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ପାତାଳୀ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଦ୍ଵାରା ଭଜନ ପରିବେଷଣ ସହିତ ବିଭିନ୍ନ ପ୍ରତିଯୋଗୀ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରଯାଇଥିଲା ।
ପାଣ୍ଡିଆ ପାଲି ଖେଳ ପଡିଆରେ ଚାଲିଥିବା ରାଜ୍ୟ ତୀରନ୍ଦାଜ ପ୍ରତିଯୋଗୀତା ର ଚତୁର୍ଥ ଦିବସରେ ରିକର୍ଭ ଓ କମ୍ପାଉଣ୍ଡ ରାଉଣ୍ଡ ପ୍ରତିଯୋଗୀତା
