Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସହନଶୀଳ ଜଳବାୟୁ କୃଷି ପ୍ରଣାଳି ଦେଖିଲେ ଜାପାନ ଓ ନରୱେ ବିଶେଷଜ୍ଞ ଦଳ

ଗୋପାଳପୁର,୩୧/୧୦ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହେଉଛି। ଚାଷ କୁ ଜୀବିକା କରି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ଧିମା ପଡିଯାଉଛି। ବିଶେଷ କରି ଉପକୂଳ ଅଞ୍ଚଳରେ ଏହାର ପ୍ରଭାବ ଅଧିକ ଅନୁଭୂତ ହେଉଛି। ତେଣୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସହ ଉପକୂଳବର୍ତ୍ତୀ ଅଧିବାସୀଙ୍କ ଅଭିବୃଦ୍ଧି ପାଈଁ ନରୱେ ସରକାର, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ କୃଷି ବିଜ୍ଞାନ କେନ୍ଦ୍ର ଗଂଜାମ-୧୨ ସହାୟତାରେ ଗଂଜାମ ଜିଲ୍ଲାର ୪ ଟି ବ୍ଲକ ରଙ୍ଗେଈଲୁଣ୍ଡା, କୁକୁଡାଖଣ୍ଡି, ସୁରଡା ଓ ଭଞ୍ଜନଗର ରେ ଜଳବାୟୁ ସହନଶୀଳ ପ୍ରକଳ୍ପ ବିଗତ ଦୁଇ ବର୍ଷ ଧରି କାର୍ଯ୍ୟ କାରି ହେଉଛି। ଏହାର ଅଭିବୃଦ୍ଧି ଓ ଉପଯୋଗିତା ଅନୁଧ୍ୟାନ ପାଇଁ ଜାପାନ ଦେଶର କୋବେ ବିଶ୍ଵବିଦ୍ୟଳୟର ଏଗ୍ରିକଲଚୁରାଲ ଇଞ୍ଜିନିୟରିଙ୍ଗ ଆଣ୍ଡ ସୋସିଓ-ଇକୋନୋମିକସ ବିଭାଗର ପ୍ରଫେସର ଡ଼ଃ ଟାକାନରି ନାଗାନୋ, ନରୱେ ଇନଷ୍ଟିଚ୍ୟୁଟ ଅଫ ବାୟୋଇକୋନୋମି ରିଶର୍ଚ୍ଚ ର ନିର୍ଦେଶକ ଡ଼ଃ. ୟୁ. ଏସ. ନାଗୋଥୁ, ଓୟୁଏଟି ସମ୍ପ୍ରସାରଣ ନିର୍ଦେଶାଳୟ ର ଯୁଗ୍ମ ନିର୍ଦେଶକ ତଥା ଜଳବାୟୁ ସହନଶୀଳ ପ୍ରକଳ୍ପ ର ସହ ଉପ ନିରୀକ୍ଷକ ଡ଼ଃ. ହେମନ୍ତ କୁମାର ସାହୁ ପ୍ରମୁଖ ରଙ୍ଗେଈଲୁଣ୍ଡା ଓ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଚିକରଡ଼ା, ଶାସନପଦର, ବାଘାଲଟି, କୁସୁମୀ ଆଦି ଗ୍ରାମ ରେ ପ୍ରକଳ୍ପ ତରଫରୁ ପ୍ରଦର୍ଶିତ ବିଭିନ୍ନ ପ୍ରଦର୍ଶନ ଅନୁଧ୍ୟାନ କରିଛନ୍ତି। ଏହି ପ୍ରକଳ୍ପ ଅନ୍ତର୍ଗତ ଧାନରେ ଓ ପନିପରିବା ଚାଷରେ ସମନ୍ବିତ ରୋଗ ପୋକ ଓ ଘାସ ପରିଚାଳନା, ନୂତନ ଧାନ କିସମ ର ଉତ୍ପାଦିକା ଏବଂ ସୌର ଚାଳିତ ମୋଟର ପମ୍ପ, ସ୍ପ୍ରେଏର, ଆଲୋକ ଯନ୍ତା ଏବଂ ବାରହା ଦମନ ପାଇଁ ସୌର ଚାଳିତ ତାର ବାଡ଼ ଆଦିର ପ୍ରଦର୍ଶନ ଓ ଉପଯୋଗିତା ବିଷୟରେ ବୁଲି ଦେଖିଥିଲେ ଏବଂ ପରେ ପରେ ଉପସ୍ଥିତ ଚାଷି ମାନଙ୍କ ସହିତ ଏକ ବୈଠକ ରେ ଏହି ପ୍ରକଳ୍ପ ର ବିଭିନ ଦିଗ ବିଷୟରେ ଆଲୋଚନା ହୋଇଥିଲା। ବୈଜ୍ଞାନିକ ସନ୍ଦୀପ ମହାନ୍ତି, ଡ଼ଃ ଦେବାଶିଷ ଷଡ଼ଙ୍ଗୀ, ଡ଼ଃ ସିଦ୍ଧାର୍ଥ ଶଙ୍କର ଦାସ ଓ ସସ୍ମିତା ପ୍ରିୟଦର୍ଶିନୀ, ପ୍ରଶାନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ।୨୦୨୩-୨୪ ଖରିଫ ରୃତୁରେ ପ୍ରାୟ ୫୦ ହେକ୍ଟର ଜମିରେ ଏହି ପ୍ରକଳ୍ପ କାର୍ଯ୍ୟକାରି ହୋଇଛି ଏଵଂ ପ୍ରାୟ ୩୦୦ ରୁ ଉର୍ଦ୍ଧ ଚାଷି ଉପକୃତ ହୋଇଛନ୍ତି ବୋଲି କୃଷି ବିଜ୍ଞାନ କେନ୍ଦ୍ର ବ୍ରହ୍ମପୁର ର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼ଃ ସୁଜିତ କୁମାର ନାଥ କହିଛନ୍ତି.ଳ। ପରେ ପରେ ସମସ୍ତେ କୃଷି ବିଜ୍ଞାନ କେନ୍ଦ୍ର ର ପ୍ରାୟୋଜିତ ଛତୁ ଗ୍ରାମ ରାଧାମହାନପୁର ଗସ୍ତ କରି, ଛତୁ ଚାଷର ବିବିନ୍ନ ଦିଗ ଆନୁଧ୍ୟାନ କରିଥିଲେ। ଚାଷୀ ମାନଙ୍କ ର ଉତ୍ସାହ ଓ ପ୍ରଚେଷ୍ଟା ଦେଖି, ଆଗାମୀ ଦିନରେ ଏହି ପ୍ରକଳ୍ପ କୁ ଆହୁରି ଜିଲ୍ଲାରେ ସୁଦୁର ପ୍ରସାରି କରିବାକୁ ଆଶା ରଖାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories