ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ପଣ୍ଡିଆପାଲି ଖେଳ ପଡିଆ ଠାରେ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ ପକ୍ଷରୁ ୨୪ ତମ ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ଶନିବାରଠାରୁ ଆୟୋଯିତ ହେଉଛି I ସୋମବାର ଦିନ ସୁଦ୍ଧା ଅଣ୍ଡର ୨୪ ବିଭାଗ ରେ ଭାରତୀୟ ଧନୁରେ ବାଳକ ବିଭାଗରେ କେନ୍ଦୁଝର ର ରମାଇ ମୁର୍ମୂ ପ୍ରଥମ ସ୍ଥାନ , କିସ୍ ଭୁବନେଶ୍ଵର ର ଆୟୁସ ମଲ୍ଲିକ ଦ୍ଵିତୀୟ ସ୍ଥାନ ଏବଂ କୋରାପୁଟ ସ୍ପୋର୍ଟ୍ସ ହଷ୍ଟେଲ ର କରନ ବିଶି ମାଝି ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିଭଳି ବାଳିକା ବିଭାଗରେ ମୟୂରଭଞ୍ଜ ଜିଲ୍ଲାର ସାଇକ୍ରୀଷ୍ଣା ବେହେରା , ସୁନ୍ଦରଗଡ ଜିଲ୍ଲାର ଗୀତାଞ୍ଜଲି ଭତ୍ରା ଏବଂ ସୁନ୍ଦରଗଡ ଜିଲ୍ଲାର ଅନସୂୟା ହରିଜନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ଉପକନିଷ୍ଟ ବାଳକ ବିଭାଗରେ କଳାହାଣ୍ଡି ଜିଲ୍ଲାର ବିକ୍ରମ ମାଝୀ ପ୍ରଥମ , କେନ୍ଦୁଝର ଜିଲ୍ଲାର ରମାଇ ମୁର୍ମୂ ଦ୍ଵିତୀୟ ଏବଂ କଳାହାଣ୍ଡି ଜିଲ୍ଲାର ସିମାଞ୍ଚଳ ମାଝୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବାଳିକା ବିଭାଗରେ ସୁନ୍ଦରଗଡ ଜିଲ୍ଲାର ଅମ୍ବିକା ପାଣ୍ଡି ପ୍ରଥମ , ସୁନ୍ଦରଗଡ ଜିଲ୍ଲାର ଜସ୍ମିତା ଗୁଣ୍ଠା ଦ୍ଵିତୀୟ ଏବଂ ସୁନ୍ଦରଗଡ ଜିଲ୍ଲାର ଟେନିସା ମେହେର ତୃତୀୟ ସ୍ଥାନ ହାସଲ କରିଛନ୍ତି ।
ସେହିଭଳି ଭାରତୀୟ ଧନୁର କନିଷ୍ଠ ବିଭାଗରେ କଳାହାଣ୍ଡି ଜିଲ୍ଲାର ବିକ୍ରମ ମାଝୀ ପ୍ରଥମ , କଳାହାଣ୍ଡି ଜିଲ୍ଲାର ସିମାଞ୍ଚଳ ମାଝୀ ଦ୍ଵିତୀୟ ଏବଂ କେନ୍ଦୁଝର ଜିଲ୍ଲାର ଜୟନ୍ତ ମୋହାନ୍ତ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିଭଳି ବାଳିକା ବିଭାଗରେ କିସ୍ ଭୁବନେଶ୍ଵର ର ଫୁଲମଣି ପଲିୟା ପ୍ରଥମ , କିସ୍ ଭୁବନେଶ୍ଵର ର ନିହାରିକା ପୁର୍ଟି ଦ୍ଵିତୀୟ ଏବଂ କିସ୍ ଭୁବନେଶ୍ଵର ର ଅଞ୍ଜଲି ସୁନିତା ମାର୍କେ ତୃତୀୟ ସ୍ଥାନ ହାସଲ କରିଥିଲେ । ବରିଷ୍ଠ ବାଳକ ବିଭାଗରେ ସମ୍ବଲପୁର ଜିଲ୍ଲାର ରଶ୍ମି ରଞ୍ଜନ ନାଏକ ପ୍ରଥମ , କିସ୍ ଭୁବନେଶ୍ଵର ର ଶ୍ରବଣ କୁମାର ମଣ୍ଡାଙ୍ଗି ଦ୍ଵିତୀୟ ଏବଂ କଳାହାଣ୍ଡି ଜିଲ୍ଲାର ସଞ୍ଜୟ ମାଝୀ ତୃତୀୟ ସ୍ଥାନ ହାସଲ କରିଛନ୍ତି ।
ପାଣ୍ଡିଆପାଲି ଖେଳ ପଡିଆରେ ଚାଲୁଅଛି 24 ତମ ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗୀତା
