Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା କଡ଼ରେ ଠିଆ ହୋଇଥିବା ପଥଚାରୀ ଉପରେ ମାଡିଗଲା ଟ୍ରକ

ଗୋପାଳପୁର ,୩୧/୧୦ ଗୋଳନ୍ଥରା ଥାନା ଅଧୀନ କେ. ସୁବନୀ ଛକରେ ଠିଆ ହୋଇଥିବା ଜଣେ ପଥଚାରୀ ଉପରେ ଟ୍ରକ ମାଡି ଯିବାରୁ ବ୍ୟକ୍ତି ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି l ମୃତ୍ୟୁ ଜଣକ ହେଲେ ଆର. ସୁବନୀ ଗ୍ରାମର ଭାଗ୍ୟ ଦାସ(୬୨) ବୋଲି ପୋଲିସ ସୂଚନା ଦେଇଛି l ମିଳିଥିବା ଖବର ଅନୁସାରେ ଆଜି ଭୋର ୪ ଟା ସମୟରେ ଭାଗ୍ୟ ଜାତୀୟ ରାଜ ପଥ କଡ଼ରେ ଛିଡା ହୋଇଥିବା ସମୟ ରେ ଇଛାପୁରା ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ଟ୍ରକ ଟିଏନ ୭୦ ଟିସି ୧୪୯୬ ଦ୍ରୁତ ଗତି ଆସି ଭାଗ୍ୟ ଉପରେ ମାଡି ଯାଇଥିଲା । ଯାହାଫଳରେ ଭାଗ୍ୟ ଗୁରୁତର ହୋଇପଡିଥିଲେ l ଖବର ପାଇଁ ଗୋଳନ୍ଥରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଭାଗ୍ୟ କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ ରେ ଭର୍ତି କରିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏ ନେଇ ଗୋଳନ୍ଥରା ଥାନା ପୋଲିସ ୫୨୭/୨୩ରେ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣା ଘଟେଇ ଥିବା ଟ୍ରକକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories