Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଗୋପାଳପୁର ୩୧/୧୦ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ ହଲ ଠାରେ ଆଜି ଅପରାହ୍ନରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇ ଶପଥ ପାଠ ଉତ୍ସଵ ପାଳିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ କୁଳ ସଚିବ ସଚ୍ଚିଦାନନ୍ଦ ନାୟକ, ସ୍ନାତକୋତ୍ତର ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ମଂଚାସୀନ ଥିଲେ। କୁଳପତି ପ୍ରଫେସର ଦାଶ ନିଜ ଅଭିଭାଷଣ ମାଧ୍ୟମରେ ଦେଶରେ ଅଖଣ୍ଡତା ବଜାୟ ରଖିବା ପାଇଁ ଆହ୍ୱାନ କରି ପ୍ରତ୍ୟେକ ବ୍ୟକ୍ତିକୁ ଏଥି ପାଇଁ ତୃଣମୂଳ ସ୍ତରରୁ ଚେଷ୍ଟା କରିବାକୁ ପଡିବ ଏବଂ ସମସ୍ତେ ପରସ୍ପର ମଧ୍ୟରେ ଭାଇଚାରା ରଖିବାକୁ ପଡିବ ବୋଲି କହିବା ସହ ପଟେଲ ଙ୍କ ସ୍ବପ୍ନ କୁ ପୂରଣ କରିବାକୁ କହିଥିଲେ।ତାହା ସହ ଦେଶର ଏକତା ଅଖଣ୍ଡତା ଏବଂ ନିରାପତ୍ତା ରକ୍ଷା କରିବା ପାଇଁ ନିଜକୁ ଉଛର୍ଗ କରିବା ପାଇଁ ଶପଥ ପାଠ କରାଇଥିଲେ।ଏହି କାର୍ଯ୍ୟକ୍ରମ ରେ ଉପକୂଳ ସଚିବ ଡଃ ବାବୁଜୀ ସାମଲ,ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ଧଙ୍ଗଡା ମାଝି ଙ୍କ ସମେତ ବହୁ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ।