Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକତା ଦିବସ ପାଳନ ଉପଲକ୍ଷେ ଶ୍ରୀ ସତ୍ୟସାଇ କିଡିଜ ଏବୋର୍ଡ ବିଦ୍ୟାଳୟ ପକ୍ଷ୍ୟରୁ ପଦଯାତ୍ରା ଅନୁଷ୍ଠିତ

ଚିପିଲିମା,(ବୁର୍ଲା)ଆସନ୍ତା ଅକ୍ଟୋବର ୩୧ରେ ସଂଗ୍ରାମୀ ସର୍ଦ୍ଧାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମଦିନ ତଥା ଏକତା ଦିବସ ପାଳନ ଉପଲକ୍ଷେ ସମ୍ବଲପୁର ବୁର୍ଲାସ୍ଥିତ ଶ୍ରୀ ସତ୍ୟସାଇ କିଡିଜ ଏବୋର୍ଡ ବିଦ୍ୟାଳୟ ପକ୍ଷ୍ୟରୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ପଦଯାତ୍ରାର ଆୟୋଜନ ହୋଇଥିଲା।ଏହି ଅବସରରେ ଅନୁଷ୍ଠାନର ନିର୍ଦ୍ଧେଶିକା ସୁଶ୍ରୀ କରୁଣା କପାନୀ ଦିବସ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ।ଏହି ପରିପେକ୍ଷିରେ ଛାତ୍ରୀଛାତ୍ରମାନେ ପଦଯାତ୍ରା ମାଧ୍ୟମରେ ନିଜନିଜର ପ୍ଲା କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ସ୍କୁଲ ରୁ ବାହାରି ଇନ୍ଦିରା ଛକ,ଲକ୍ଷ୍ମୀପୂଜା ମଣ୍ଡପ ଦେଇ ନଗର ପରିକ୍ରମା କରିଥିଲେ।ଏହି କାର୍ଯ୍ୟକ୍ରମକୁ କ୍ରୀଡାଶିକ୍ଷକ ସୂର୍ଯ୍ୟକାନ୍ତ ଦଣ୍ଡିଆ ପରିଚାଳନା କରିଥିବାବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ଏପରି ଏକ ଆୟୋଜନକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ