Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଖରି ପାଣି ଭିତରକୁ ପଶିଗଲା କାର ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଷଣ୍ଢା ନିକଟସ୍ଥ ମୁଖ୍ୟ ରାସ୍ତା ଉପରେ ସାଇକେଲ ଆରୋହୀ ଙ୍କୁ ବଞ୍ଚାଇବା କୁ ଯାଇ ଏକ କାର ଭାରସାମ୍ୟ ହରାଇ ପୋଖରୀ ପାଣି ଭିତରେ ଖସିପଡିଥିଲା । ସୂଚନା ଅନୁସାରେ ମଙ୍ଗଳବାର ବଲାଙ୍ଗୀର ଠାରୁ ଏକ ପରିବାର ଦେବଗଡ ଅଭିମୁଖେ ଯାଉଥିଲେ ।‌ ଉକ୍ତ ସମୟରେ ବୀରମହାରାଜପୁର ରେଢ଼ାଖୋଲ ମୁଖ୍ୟ ରାସ୍ତା ଷଣ୍ଢା ନିକଟରେ ଏକ ସାଇକେଲ ଆରୋହୀ ମୁଖ୍ୟ ରାସ୍ତା ଅତିକ୍ରମ କରିବାରୁ କାର ଚାଳକ ଉକ୍ତ ସାଇକେଲ ଆରୋହୀ ଙ୍କୁ ବଞ୍ଚାଇବା ପାଇଁ ପୋଖରୀ ଭିତରକୁ ଭାରସାମ୍ୟ ହରାଇ ଖସିପଡିଥିଲା । ସ୍ଥାନୀୟ ଲୋକେ ଉକ୍ତ କାର ଥିବା ୭ ଜଣ ଯାତ୍ରୀ ଙ୍କୁ ଉଦ୍ଧାର କରି ବୀରମହାରାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବିଭାଗ ପହଞ୍ଚି କାର କୁ ପୋଖରୀ ଭିତରୁ ଉଦ୍ଧାର କରିଥିଲା । ସମସ୍ତ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି।