Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର୍ଡୋଲା ଗ୍ରାମରେ ୧୧ତମ ଗଜଲକ୍ଷ୍ମୀ ପୂଜା ସମାରୋହରେ ଅନୁଷ୍ଠିତ

ଚିପିଲିମା,(କାର୍ଡୋଳା) ସମ୍ୱଲପୁର ଜିଲ୍ଲା ବୁର୍ଲାଥାନା କାର୍ଡୋଳା ଗ୍ରାମରେ ପ୍ରତିବର୍ଷ ଗଜଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇଆସୁଥିବାବେଳେ,ଚଳିତବର୍ଷ ୧୧ ବର୍ଷରେ ପଦାର୍ପଣ କରିଛି।ଏହି ଅବସରରେ ସୁନ୍ଦର ଆଲୋକସଜ୍ଜାରେ ପୂଜାମଣ୍ଡପ ଝଲସିଥିବାବେଳେ,ରୀତିନୀତି ମଧ୍ୟରେ ଲକ୍ଷ୍ମୀ ମାଁଙ୍କ ପୂଜା ଅନୁଷ୍ଠିତ ହୋଇଥିଲା।ସମସ୍ତ ପୂଜା କାର୍ଯ୍ୟକୁ ପଣ୍ଡିତ ପ୍ରଫୁଲ୍ଲ କୁମାର ନାୟକ ପରିଚାଳନା କରିଥିବାବେଳେ,ଆକୁରସେଟ ସପତ୍ନୀ କ କର୍ତ୍ତା ଦାୟିତ୍ୱ ସମ୍ପାଦନ କରିଥିଲେ।ତିନିଦିନଧରି ଅନୁଷ୍ଠିତ ପୂଜାସମାରୋହ ହୋଇଥିବାବେଳେ, ପ୍ରତ୍ୟହ ସନ୍ଧ୍ୟାରେ ଭଜନ,କୀର୍ତ୍ତନ,ଜଳନ୍ଧର ବଧ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ ହୋଇଥିଲା।ଶେଷ ସନ୍ଧ୍ୟାରେ
ପଡ଼ିଆବାହାଲ ଅଞ୍ଚଳର “ମହିମା ଗଣନାଟ୍ୟ “ଦ୍ୱାରା ମଂଚସ୍ଥ “ଜଙ୍ଗଲ ଟାଇଗର” ପ୍ରଦର୍ଶିତ ହୋଇଥିଲା।ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ରାଜନୈତିକ ଦଳ ନେତାଏ ନିମନ୍ତ୍ରିତ ଅତିଥିଭାବେ ଯୋଗଦାନ କରି ଉତ୍ସାହିତ କରିଥିବାବେଳେ,ଶେଷ ସନ୍ଧ୍ୟାରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଉତ୍ସାହିତ କରିଥିଲେ।ପ୍ରତ୍ୟହ ସନ୍ଧ୍ୟାରେ ଶହସ୍ରାଧିକ ଦର୍ଶକଙ୍କ ସମାଗମ ହୋଇଥିବାବେଳେ,ଶାନ୍ତିଶୃଖଳା ରକ୍ଷାପାଇଁ ଚିପିଲିମା ଫାଣ୍ଡି ଅଧିକାରୀ ତପନ ପ୍ରଧାନଙ୍କ ତତ୍ୱବାଧାନରେ ପୋଲିସ ମୁତୟନ ଥିଲେ।ପୂଜାକମିଟି ସଭାପତି ଟିକେଲାଲ ମେହେରଙ୍କ ତତ୍ୱବାଧାନରେ ଅନୁଷ୍ଠିତ ସମାରୋହରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।ଆଜିଠୁ କୁଦ ଗୁଣ୍ଡେରପୁର ରେ ଲକ୍ଷ୍ମୀପୂଜା ୩ଦିନ ଧରି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ