ବୀରମହାରାଜାପୁର ସ୍ଥିତ ପାଣ୍ଡିଆ ପାଲି ଖେଳ ପଡିଆରେ ଚାଲିଥିବା 24 ତମ ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗୀତା ଉଦଯାପିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଗାୟତ୍ରୀ ଆବାସିକ ନିକଟସ୍ଥ ପାଣ୍ଡିଆ ପାଲି ଖେଳ ପଡିଆରେ ପାଞ୍ଚ ଦିନ ଧରି ଚାଲିଥିବା ୨୪ ତମ ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇ ଯାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମକରି ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାକୁ ବହୁ ଦର୍ଶକ ଓ ପ୍ରତିଯୋଗୀ ମାନଙ୍କ ସମାଗମରେ ଉଦଯାପିତ ହୋଇ ଯାଇଛି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବେମଳେନ୍ଦୁ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଡ. ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ I ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା , ବିରାମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂ , ବୀରମହାରାଜପୁର ମହାବିଦ୍ୟାଳୟ ଅଧ୍ୟାପକ ଡ. ହିମାଂଶୁ ଶେଖର ପାଢୀ , ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ ଯୋଗଦେଇଥିଲେ I ରାଜ୍ୟ ବିଜେଡି ସମ୍ପାଦକ ଉତ୍ତର କୁମାର ପାତ୍ର , ଏସ.ଡି.ପି.ଓ. ବାସୁଦେବ ଛତ୍ରିଆ , ଦଶପଲ୍ଲା ଏନ.ଏ.ସି. ଚେୟାରମେନ ପୁନମ ପ୍ରିୟଦର୍ଶିନୀ , ରାଜ୍ୟ ତୀରନ୍ଦାଜ ସଂଘର ଯୁବ ସମ୍ପାଦକ କୃଷ୍ଣଚନ୍ଦ୍ର ସେଠି , ସୁବର୍ଣ୍ଣପୁର ଜିଲ୍ଲା ତୀରନ୍ଦାଜ ସଂଘର ସଭାପତି ପ୍ରଦୀପ କୁମାର ପଣ୍ଡା , ସମ୍ପାଦକ ପଙ୍କଜ ଖମାରି , ଉପସଭାପତି ଗୋପାଳ ପାତ୍ର , କୋଷାଧ୍ୟକ୍ଷ ଯୁଧିଷ୍ଠିର ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ । ତୀରନ୍ଦାଜ ପ୍ରତି ନିଜର ଜୀବନ ବ୍ୟାପୀ ସମର୍ପିତ ଭାବରେ କାର୍ଯ୍ୟ କରି ଆସୁଥିବା କୃଷ୍ଣଚନ୍ଦ୍ର ସେଠି ଙ୍କୁ “ଦ୍ରୋଣାଚାର୍ଜ୍ୟ ଧନୁର୍ତୀର ସମ୍ମାନ” ରେ ସମ୍ମାନିତ କରଯାଇଥିଲା । ୨୪ ତମ ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗୀତାକୁ ଅତ୍ୟନ୍ତ ସଫଳତା ସହିତ ସମାପନ କରିଥିବାରୁ ଜିଲ୍ଲା ତୀରନ୍ଦାଜ ସଂଘର ସମ୍ପାଦକ, ସଭାପତି ଓ ଉପସଭାପତି ଙ୍କୁ ମାନ୍ୟବର ଜିଲ୍ଲାପାଳ ସମ୍ମାନିତ କରିଥିଲେ । ଏ ଅବସରରେ ପାଞ୍ଚଦିନ ଧରି ଚାଲିଥିବା ପ୍ରତିଯୋଗିତା ର ବିଭିନ୍ନ ବର୍ଗରେ ସଫଳ ହୋଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ପୁରସ୍କୃତ କରଯାଇଥିଲା ।