ଖଣ୍ଡହତା ଗଜଲକ୍ଷ୍ମୀ ପୂଜା ଅବସରରେ ଚାଲିଥିବା ଜଳନ୍ଧର ଦରବାର ଉଦଯାପିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଠାରେ ୧୫ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ଅନୁଷ୍ଠିତ ହୋଇଥିବା ଜଳନ୍ଧର ଦରବାର ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ଜଳନ୍ଧର ଦରବାର ଅନ୍ତିମ ରଜନୀରେ ରାଜ ଅତିଥି ଭାବେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା , ପୂର୍ବତନ ସାଂସଦ ତଥା ହାଉସିଂ ବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ , ଜିଲ୍ଲାପରିଷଦ ସଭ୍ୟା ଚନ୍ଦ୍ରକାନ୍ତି ଦନ୍ତା , ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ରଞ୍ଜିତ କୁମାର ରଥ , ଖଣ୍ଡହତା ସରପଞ୍ଚ ଜୟଶ୍ରୀ ଦେହୁରୀ , ଉଫୁଲl ସରପଞ୍ଚ ଶ୍ରୀୟା କର୍ମୀ , ମୁର୍ଷୁଣ୍ଢୀ ସରପଞ୍ଚ ମନୋଜ ସାହୁ , ହିଲୁଙ୍ଗ ସରପଞ୍ଚ ମହେନ୍ଦ୍ର ଜଗଦଳା , କମିରା ସରପଞ୍ଚ ଅନୁସୟା ପଧାନ ଓ ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ ନାରାୟଣ ନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କୁ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ନାଟ୍ୟ ଅଭିନୟ କ୍ରମେ ବୃନ୍ଦାବତୀଙ୍କ ସତୀତ୍ୱ ହରଣ କରିବା ସହ ଜଳନ୍ଧର ବଧ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଲମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ମନଭରି ଉପଭୋଗ କରିଥିଲେ । ଏଥିରେ ପୂଜା କମିଟି ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ବୁଧବାର ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ଥିବା କମିଟି ପକ୍ଷରୁ ପ୍ରକାଶ ।