Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମିତ ବ୍ୟୟୀତା ଦିବସ ଅନୁଷ୍ଠିତ

ଭବାନୀପାଟଣା, ୦୧/୧୧ (ଜଗନ୍ନାଥ ନାଏକ) : ଗତ ୩୦.୧୦.୨୦୨୩ ରିଖ ଦିନ ଭବାନୀପାଟଣା ଠାରେ ଡି ପି ସି ପୋଷ୍ଟ,ଅର୍ଥ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ଅପରାହ୍ନ ୩.୦୦ଘ ସମୟରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ପତାକା ଦେଖାଇ ଶୋଭାଯାତ୍ରା ତଥା ସଞ୍ଚୟ ରଥକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଘାଟନ କରିଥିଲେ ଓ ଆମେ ମିତବ୍ୟୟୀ ହୋଇ ଆଗାମୀ ଭବିଷ୍ୟତ ପାଈଁ ସଞ୍ଚୟ କରିବା ଏବଂ କୌଣସି ପ୍ରଲୋଭନ ଶିକାର ନ ହୋଇ ସ୍ଵୀକୃତି ପ୍ରାପ୍ତ ଆର୍ଥିକ ଅନୁଷ୍ଠାନ, ଜାତୀୟ ବ୍ୟାଙ୍କ୍,ପୋଷ୍ଟ ଅଫିସ ରେ ନିଜ ର ପୁଞ୍ଜି ନିବେଶ କରିବାକୁ କହିଥିଲେ ।ଏହି ସଚେତନତା ରଥ ମାଧ୍ୟମରେ ସରକାରଙ୍କ ମହିଳା ସମ୍ମାନ ଯୋଜନା, ବାଳିକା ସମୃଦ୍ଧି ଯୋଜନା ତଥା ସାଇବର କ୍ରାଇମ ଉପରେ ମଧ୍ୟ ଜନ ସଚେତନତା ସୃଷ୍ଟି କରାଯାଉଛି । ଏହି ସଚେତନତା ରଥ ଜିଲ୍ଳାର ସମସ୍ଥ ବ୍ଲକ ତଥା ସହରାଞ୍ଚଳ ଭ୍ରମଣ କରିବ । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ସହକାରୀ ନିର୍ଦେଶକ ସଞ୍ଚୟ ଶ୍ରୀ ବିବେକାନନ୍ଦ ମହାନନ୍ଦ ଯୋଗଦେଇ ସଞ୍ଚୟର ଉପକାରିତା ଉପରେ ଆଲୋକପାତ କରିଥିଲେ ।