ଭବାନୀପାଟଣା, ୦୧/୧୧ (ଜଗନ୍ନାଥ ନାଏକ) : ଗତ କାଲି ଜିଲ୍ଲାର ସମସ୍ତ ବ୍ଲକ ,ତହସିଲ , ଜିଲ୍ଲା କାର୍ଯ୍ୟ।ଳୟ ଠାରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ ପୂର୍ବକ ପାଳନ ହୋଇଯାଇଛି । ପୂର୍ବତନ ଗୃହମନ୍ତ୍ରୀ ତଥା ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଇଛି । ସମସ୍ତେ ଏକଜୁଟ ହୋଇ “ବିବିଧତା ମଧ୍ୟରେ ଏକତା” ଭାବନାକୁ ଉଜ୍ଜୀବିତ ରଖି ଜାତୀୟ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଏହି ଶପଥ ପାଠ କରାଯାଇଥିଲା ।
କଳାହାଣ୍ଡି ଜିଲ୍ଲାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
