ଗୋପାଳପୁର ୧/୧୧ ଆମ୍ବପୁଆ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଭାରତ ସରକାରଙ୍କ କର୍ମଚାରୀ ଭବିସ୍ୟ ନିଧି ସଂଗଠନର କ୍ଷେତ୍ରୀୟ କାର୍ଯ୍ୟାଳୟର ନୂତନ କୋଠା ନିମନ୍ତେ ଭୂମିପୂଜା କାର୍ଯ୍ୟକ୍ରମ ଭୋରଚୁୟାଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ରାମେଶ୍ୱର ତେଲି,ଇ ପି ଏଫ ର ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟିର ସଚିବ ଆରତୀ ଆହୁଜା, ସି ପି ଏଫ ର କମିଶନର ନିଲମ ସାମି ରାଓ ଉପସ୍ଥିତ ରହି ଭୋରଚୁୟାଲ ମୋଡ଼ରେ ଭିତ୍ତିପ୍ରସ୍ତରର ଶୁଭ ଆରମ୍ଭ କରିଥିଲେ l ଏହି ଅବସରରେ ଆମ୍ବପୁଆ ଠାରେ .୬୫ ଏକରରେ ହେବାକୁ ଥିବା ନୂତନ କୋଠା କ୍ଷେତ୍ରୀୟ କାର୍ଯ୍ୟାଳୟ ବ୍ରହ୍ମପୁରର ଭୂମିପୂଜା କାର୍ଯ୍ୟକ୍ରମରେ ବ୍ରହ୍ମପୁର ପକ୍ଷରୁ ଆର ପି ଏଫ ସି ୨ ର ବ୍ରହ୍ମପୁରର ପ୍ରକାଶ ନାରାୟଣ ସିଂ,ଆର ପି ଏଫ ସି ୧ ର ଭୁବନେଶ୍ୱରର ପି. ବି ବର୍ମା,ଆର ପି ଏଫ ସି ୨ ର କେନ୍ଦୁଝରର ବିକାଶ ଆନନ୍ଦଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l