Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ୍ ଡିସେମ୍ବର 22 ରୁ 29 ; ପ୍ରସୂତି ବୈଠକରେ ଦେଲେ ସୂଚନା ଅଂଶଗ୍ରହଣ କରିବେ ବଙ୍ଗଳାଦେଶ ଟିମ୍

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଠାରେ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ପାଇଁ ପ୍ରସ୍ତୁତି ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୨୨ ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଡିସେମ୍ବର ୨୨ରେ ଟୁର୍ଣ୍ଣାମେଣ୍ଟ ର ଉଦଘାଟନୀ ମ୍ୟାଚ୍ ହେବାକୁ ଥିବା ବେଳେ ଡିସେମ୍ବର ୨୯ ରେ ଏହାର ଫାଇନାଲ ମ୍ୟାଚ୍ ହେବ । ଏନେଇ ଗତ ବର୍ଷର ସଭାପତି ସୁଧୀର ପ୍ରଧାନ ଙ୍କ ସଭାପତିତ୍ବ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ ନନ୍ଦ ଯୋଗଦେଇ ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ସେମାନଙ୍କର ସମ୍ମତି ଓ ସହଯୋଗ ରହିଥିବା ଘୋଷଣା କରିଥିଲେ । ଅନୁଷ୍ଠିତ ବୈଠକରେ  ପୂର୍ବତନ ସମ୍ପାଦକ ଶଶାଙ୍କ ଶେଖର ପ୍ରଧାନ ଗତ ବର୍ଷ ର ଆୟ ବ୍ୟୟ ଉପସ୍ଥାପନ କରିଥିଲେ । ସର୍ବସମ୍ମତି କ୍ରମେ ଏହା ଗୃହୀତ ହୋଇଥିଲା । ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟ କୁ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାର ୯ ଗୋଟି ପ୍ରତିଷ୍ଠିତ କ୍ରିକେଟ ଦଳ କୁ ଆମନ୍ତ୍ରଣ କରାଯାଇଛି । ପ୍ରଥମ ଥର ପାଇଁ ବାଙ୍ଗଳାଦେଶ ର ଏକ କ୍ରିକେଟ ଦଳ କୁ ଟୁର୍ଣ୍ଣାମେଣ୍ଟରେ ଭାଗନେବାକୁ ଆମନ୍ତ୍ରଣ କରିବାକୁ ନିଷ୍ପତି ନିଆଯାଇଥିଲା। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟ କୁ ସୂଚାରୁ ରୁପେ ପରିଚାଳନା କରିବାପାଇଁ  ନୂତନ ପରିଚାଳନା କମିଟି ଗଠିତ କରାଯାଇଥିଲା । ସର୍ବସମ୍ମତି କ୍ରମେ ସୁଶିଲ କୁମାର ପ୍ରଧାନ କୁ ସଭାପତି , ପ୍ରଭୁଡୁତ୍ତ ବେବୋକ୍ତା କୁ  ଉପସଭାପତି, ମାଧବ ଚନ୍ଦ୍ର ମହକୁର ଙ୍କୁ  ସମ୍ପାଦକ , ଆକାଶ ପୋଢ଼ ଙ୍କୁ ସହ ସମ୍ପାଦକ ଓ ଦେବରାଜ ମହକୁରଙ୍କୁ କୋଷାଧ୍ୟକ୍ଷ ଭାବରେ ଚୟନ କରାଯାଇଥିବା ଜଣାଯାଇଛି । ସୁନିଲ ପ୍ରଧାନ , ପ୍ରମୋଦ ବେବୋକ୍ତା , ସତ୍ୟଜିତ ମହକୁର , ଟୁଟୁ ମହକୁର , ରାକେଶ ପ୍ରଧାନ , ସନାତନ ମହକୁର , ବିକାଶ ମହକୁର , ବୁଲୁ ବେହେରା , ବାପି ବେହେରା , ଶଶାଙ୍କ ଶେଖର ପ୍ରଧାନ , ଜୟପ୍ରକାଶ ସହୁ, ଶ୍ୟାମ ସୁନ୍ଦର ପଣ୍ଡା , ପୃଥ୍ବୀରାଜ ମହକୁର ଓ ସୁଧୀର ପ୍ରଧାନ ଙ୍କୁ ଉପଦେଷ୍ଟା ମଣ୍ଡଳୀ ରେ ଅନ୍ତର୍ଭୁକ୍ତ କରାଯାଇଥିବା କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆଇନ ପରାମର୍ଶାତା ଭାବରେ  ଆଡଭୋକେଟ ରାଧାକାନ୍ତ ବାଘ ଓ ମିଡିଆ ସେଲ ଦାୟିତ୍ୱରେ ଖବରଦାତା ପିତାମ୍ବର ସାହୁଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ବୈଠକ ଶେଷରେ ଆଶିଷ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଗ୍ରାମର ସମସ୍ତ ସଦସ୍ୟ ଓ ଯୁବକ ସାମିଲ ହୋଇ ଥିଲେ।