Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ପବିତ୍ର ରାମନବମୀ; ଉତ୍ସବମୂଖର ସାରା ଦେଶ

ଭୁବନେଶ୍ୱର: ଆଜି ପବିତ୍ର ରାମନବମୀ। ଉତ୍ସବମୂଖର ସାରା ଦେଶ। ଗାଁ ଠୁ ସହର ସବୁଠି ମହା ଆଡମ୍ବର ସହ ପାଳନ ହେଉଛି ଶ୍ରୀରାମନବମୀ। ପ୍ରଭୁଙ୍କ ଦର୍ଶନ ପାଇଁ ସବୁ ମନ୍ଦିରରେ ସକାଳୁ ଭିଡ ଜମିଥିବା ଦେଖିବାକୁ ମିଳୁଛି। ଭୁବନେଶ୍ୱର ରାମମନ୍ଦିରରେ ମଧ୍ୟ ଧୂମଧାମରେ ପାଳନ ହେଉଛି ରାମନବମୀ। ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।

ଏ ନେଇ ଦେଶର ସମସ୍ତ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଶ୍ରୀରାମ ନବମୀ ଅବସରରେ ସ୍ବତନ୍ତ୍ର ଭାବେ ସଜେଇ ହୋଇଛି ରାମମନ୍ଦିର।

ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଅବକାଶ ନୀତି, ମହାସ୍ନାନ, ସକାଳ ଧୂପ ଓ ବେଶ ହୋଇଛି। ଶ୍ରୀରାମ ଚରିତ ମାନସ ନବାଙ୍ଗ ପାରାୟଣରେ ପୂର୍ଣ୍ଣାହୁତି ହେବା ପରେ ହୋମ ଯଜ୍ଞ କରାଯିବ। ମଧ୍ୟାହ୍ନ ପରେ ଶ୍ରୀରାମଙ୍କ ଜୟନ୍ତୀ ଆଳତି ହେବ। ପରେ ସନ୍ଧ୍ୟା ଆଳତି କରାଯାଇ ରାତିରେ ଭୋଗ ଆଳତୀ ଅନୁଷ୍ଠିତ ହେବ। ଏହି ଅବସରରେ ଠାକୁରଙ୍କ ପାଖରେ ପାଞ୍ଚ ମେଳା ଓ ଫଳ ଲାଗି ହେବ ।

ସେପଟେ ରାମନବମୀ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ଅନ୍ୟପଟେ ଶ୍ରୀମନ୍ଦିରରେ ଆଜି ଶ୍ରୀରାମ ଜନ୍ମ ନୀତି ପାଳନ ହେବ। ଏହି ରାମ ଜନ୍ମ ନୀତି ଲାଗି ୩ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ