Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗେଇଲୁଣ୍ଡାରେ ” ଆମ ଓଡ଼ିଶା ନବୀନ ଓଡ଼ିଶା”, କାର୍ଯ୍ୟକ୍ରମ

ଗୋପାଳପୁର,୦୨/୧୧ ଗଞ୍ଜାମ ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ଏହି କ୍ରମରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକର କନିଷି ସ୍ଥିତ ବାଲାଜୀ ବିଦ୍ୟାପୀଠ ଖେଳପଡିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇଥିଲେ । ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଯୋଗ ଦେଇ ରଙ୍ଗେଇଲୁଣ୍ଡା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅର୍ଥ ମଞ୍ଜୁର ହୋଇଥିବା ପ୍ରକାଶ କରିବା ସହ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଗୋଳାବନ୍ଧ ଧବଳେଶ୍ୱର ମନ୍ଦିର, ପଞ୍ଚମା ଗଣେଶ ମନ୍ଦିର, ହରଡଙ୍ଗ ସିଦ୍ଧଭୌରବୀ ମନ୍ଦିର ଏବଂ ଗୋପାଳପୁର କଲେଜ ଓ ରାମନାରାୟଣ କଲେଜ ର ଉନ୍ନତି ନିମନ୍ତେ ୮.୫୬ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ସୂଚନା ଦେଇଥିଲେ। ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ପ୍ରତି ପଞ୍ଚାୟତର ସାମଗ୍ରିକ ଉନ୍ନତି ନିମନ୍ତେ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଏହା ଦ୍ବାରା ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଯାହା ଫଳରେ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ବୋଲି ମତପୋଷଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଲା ବିଜେଡ଼ି ସଭାପତି ଡ଼ା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା , ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ବିଷ୍ଣୁ ପ୍ରିୟା ନାୟକ, ଜିଲ୍ଲା ପରିଷଦ ଉପସଭାପତି ରାଜେଶ୍ବରୀ ଦୋରା,ରଙ୍ଗେଇଲୁଣ୍ଡା ବ୍ଳକ ଅଧ୍ୟକ୍ଷା ସିଏଚ ଉଷାରାଣୀ, ଅଜିତ ଦାସ, ସାତକୁଟଣି ସରପଞ୍ଚ ଇଂ ରଞ୍ଜିତ ସାହୁ, ପୂର୍ବତନ ଡେପୁଟି ମେୟର ଜୋସ୍ନା ନାୟକ, ଜିଲ୍ଲା ପରିଷଦ ସଭ୍ୟ ଦିପକ ସାମନ୍ତ, ବ୍ଲକ ଉପାଧ୍ୟକ୍ଷା ଅନିତା ମହାଙ୍କୁଡ,ପି କମଳା ରେଡ଼ୀ,ପ୍ରତାପ କୋଠିଆ, ସିଏଚ ନରେଶ, ପ୍ରବୀଣ କୁମାର ,ଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଓ ଶତାଧିକ ମହିଳା ମାନେ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories