Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ବଢିଲା ଓମ୍‌ଫେଡ୍‌ କ୍ଷୀର ଦାମ୍‌; ଚିନ୍ତାରେ ଖାଉଟି

ଭୁବନେଶ୍ବର: ପୁଣି ବଢିଲା ଓମ୍‌ଫେଡ୍‌ କ୍ଷୀର ଦାମ୍‌। ଏହା ଯୋଗୁ ଗ୍ରାହକଙ୍କ ପ‌କେଟ୍‌ ଉପରେ ମହଙ୍ଗା ମାଡ ହୋଇଥିବା କୁହାଯାଉଛି। ପ୍ରତିଦିନ ଘରେ ଘରେ ଏହାର ଆବଶ୍ୟକତା ପଡ଼ିଥାଏ। ଶିଶୁଠୁ ବୃଦ୍ଧ ଯାଏ ସମସ୍ତେ କ୍ଷୀର ଉପରେ ନିର୍ଭରଶୀଳ। ତେବେ କ୍ଷୀର ଦର ବୃଦ୍ଧି ଏବେ ଖାଉଟିଙ୍କ ଚିନ୍ତା ବଢାଇଛି। ଏପ୍ରିଲ ୧ରୁ ଏହି ପରିବର୍ତ୍ତିିତ ଦର ଲାଗୁ ହେବ। ଏ ନେଇ ଓମ୍‌ଫେଡ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କ୍ଷୀର ପ୍ୟାକେଟ ପ୍ରସ୍ତୁତ ପାଇଁ ଯେତିକି ଖର୍ଚ୍ଚ ହେଉଛି ଅର୍ଥାତ୍‌ ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ସହିତ ପ୍ୟାକେଜିଂ, ଗୋଖାଦ୍ୟର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ଓମଫେଡ ଏହି ନିଷ୍ପତ୍ତି ନେଇଛି ।

୫୦୦ ମିଲିଗ୍ରାମ ଟୋନ୍ଡ ମିଲ୍କର ଦାମ୍‌ ପୂର୍ବରୁ ୨୧ ଟଙ୍କା ରହିଥିବା ବେଳେ ଏବେ ଏହାର ଦର ବୃଦ୍ଧି ହୋଇ ୨୩ ଟଙ୍କା ରହିଛି। ସେହିପରି ପ୍ରିମିୟମ ଓ ଗୋଲ୍ଡ ମିଲ୍କ ୫୦୦ମିଲିଗ୍ରାମକୁ ୨୪ରୁ ୨୬ ଟଙ୍କା ବୃଦ୍ଧି କରାଯାଇଛି । ଏହାସହିତ ଚା’ ସ୍ପେଶିଆଲ କ୍ଷୀର ପାଇଁ ୨୫ ଟଙ୍କା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ