Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ମିନି ଷ୍ଟାଡିୟମ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ରେ ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପ ର ଗୁରୁବାର ଶୁଭାରମ୍ଭ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏଥିପାଇଁ ଜନସାଧାରଣ ଙ୍କୁ ସେ ଶୁଭେଚ୍ଛା ଜଣାଇବା ସହିତ ଏହାର ସୁରକ୍ଷା ଆପଣ ମାନଙ୍କର ବୋଲି ପ୍ରକାଶ କରିଥିଲେ l ଆଭାସୀ ଜରିଆରେ ଉକ୍ତ କାର୍ଯ୍ୟକ୍ରମ କୁ ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନ ସଂଯୋଜନା କରିଥିବାବେଳେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ସୁବର୍ଣ୍ଣପୁର ଜିଲ୍ଲା ରେ ଉକ୍ତ ପ୍ରକଳ୍ପ ଦ୍ୱାରା ୫୪ କୋଟି ୫0ଲକ୍ଷ ଟଙ୍କା ବିନିଯୋଗ ହେବବୋଲି ଜଣାଯାଇଛି l ଉକ୍ତ ପ୍ରକଳ୍ପ ଦ୍ୱାରା ମଠ , ମନ୍ଦିର , ମସଜିଦ , ଖେଳ ପଡିଆ ର ଉନ୍ନତି କରଣ କାର୍ଯ୍ୟ ତୋରାନ୍ୱିତ ହେବ l ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ରେ ସମୁଦାୟ ୨୨ କୋଟି ୫0ଲକ୍ଷ ଟଙ୍କା ଅନୁଦାନ ମିଳିଥିବାବେଳେ , ବୀରମହାରାଜପୁର ବ୍ଲକରେ ୭ କୋଟି ୫0 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି l ଏତତ ବ୍ୟତୀତ ବୀରମହାରାଜପୁର ମହାବିଦ୍ୟାଳୟ +୨ ପାଇଁ ୫0 ଲକ୍ଷ ଏବଂ ଡିଗ୍ରୀ କଲେଜ ପାଇଁ ୫0 ଲକ୍ଷ ଟଙ୍କା ସମୁଦାୟ ୧ କୋଟି ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯାଇଛି l ବୀରମହାରାଜପୁର ତଟସ୍ଥ ମହାନଦୀ ରେ ଦୁଇ ଦୁଇଟି ବ୍ୟାରେଜ ପାଇଁ ୧୯୫0 କୋଟି ଟଙ୍କାର ଅଟକଳ ଥିବାବେଳେ ଖଇରମାଲ ବ୍ୟରେଜ ଓ ଗୋଧନେଶ୍ଵର ବ୍ୟରେଜ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅର୍ଥ ର ବ୍ୟବସ୍ଥା କରିଛନ୍ତି l ପାତାଳି ଶ୍ରୀକ୍ଷେତ୍ର ପାଇଁ ଡି.ପି.ଆର ପ୍ରସ୍ତୁତି କରାଯାଇ ଅର୍ଥ ଯୋଗାଇ ଦିଆଯିବ ବୋଲି ୫ଟି ଅଧ୍ୟକ୍ଷ ଭିଡିଓ କନଫରେନ୍ସ ଜରିଆରେ ପ୍ରକାଶ କରିଥିଲେ l ବୀରମହାରାଜପୁର ବିଧାୟକ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା , ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୟମ୍ଭୁନାଥ ଖଣ୍ଡଗିରି , ‘ ଓଡିଶା ମୋ ପରିବାର’ ଜିଲ୍ଲା ସଂଯୋଜକ ରଞ୍ଜିତ କୁମାର ରଥ , ବ୍ଲକ ଅଧ୍ୟକ୍ଷl ଶାନ୍ତି ଲୁହା , ଉପାଧ୍ୟକ୍ଷ ନାରାୟଣ ଲୁହା , ଜିଲ୍ଲାପରିଷଦ ସଦସ୍ୟା ଚନ୍ଦ୍ରକାନ୍ତି ଦନ୍ତା , ସରପଞ୍ଚ ସଙ୍ଘ ସଭାପତି ଶ୍ରୀୟା କର୍ମୀ , ସ୍ତାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ , ବ୍ଲକ ଅନ୍ତର୍ଗତ ସମସ୍ତ ସରପଞ୍ଚ , ସମିତି ସଭ୍ୟ , ବିଜେଡି କର୍ମୀ ମାନଙ୍କ ସହ ହଜାର ହଜାର ସଂଖ୍ୟାରେ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ I