ବୀରମହାରାଜପୁର ଶିକ୍ଷl ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ସୁରଭି କାର୍ଯ୍ୟକ୍ରମ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଶିଶୁ ସୁରଭି କାର୍ଯ୍ୟକ୍ରମ ଓ ମିଲେଟ ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବୀରମହାରାଜପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବି ଇ ଓ ଶାନ୍ତନୁ କୁମ୍ଭକାର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର , ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା , ଉପାଧ୍ୟକ୍ଷ ନାରାୟଣ ଲୁହା , ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ଼କ୍ଟର ପ୍ରଫୁଲ୍ଲ କୁମାର ରଥ , ପ୍ରଫେସର ନୀଳାମ୍ବର ଶତପଥି ଏବିଇଓ ବାରଣା ଡୁଙ୍ଗ ଡୁଙ୍ଗ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିବାବେଳେ ଦୁଇଟି ସ୍ୱରଚିତ ପୁସ୍ତକ ଉନ୍ମୋଚନ ହୋଇଥଲା l ସ୍କୁଲ ଓ କଲେଜ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବାସହ କୃତି ପ୍ରତିଯୋଗି ମାନେ ଆସନ୍ତା ୬ ନଭେମ୍ବର ରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି l ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ଶିକ୍ଷଣିୟ ଧର୍ମୀ ସଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ସଙ୍ଗୀତ ପରିବେଷଣ କରା ଯାଇଥିଲା l ଉକ୍ତ ପ୍ରତିଯୋଗିତା ମୂଳକନୃତ୍ୟ ସଂଗୀତ ରେ ବିଚାରକ ଭାବରେ ଚୁମକି ମିଶ୍ର , ଶ୍ରୁତିଶିଖା ମହାପାତ୍ର , ବିରେନ ଜଗଦଲା , ପ୍ରିୟଙ୍କା ସୁନା ପ୍ରମୁଖ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ , ବି.ଆର.ସି , ସି.ଆର.ସି ଯୋଗ ଦେଇଥିଲେ l ବିଭିନ୍ନ ପ୍ରତିଯୋଗିତା ରେ ବିଚାରକ ଭାବରେ କିଶୋର ହୋତା , ସୁରେଶ ପଣ୍ଡା , ରାମ ନାରାୟଣ ହୋତା ପ୍ରମୁଖ ଯୋଗଦେଇ ଥିବାବେଳେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ l ଶେଷରେ ସି ଆର ସି ସି ଅକ୍ଷୟ ରାଏ ଧନ୍ୟବାଦ ଅର୍ପଣ କରି ଥିଲେ l ଅଭିମନ୍ୟୁ ବର୍ଗତ୍ତୀ ମଞ୍ଚ ପରିଚାଳନା କରିଥିଲେ l