Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂଗ୍ରାମପୁର ହାଇ ସ୍କୁଲ ର ତିନି ଜଣ ଛାତ୍ରୀ ରାଜ୍ୟ ସ୍ତରୀୟ ଦୌଡ ପ୍ରତିଯୋଗୀତାକୁ ମନୋନୀତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସଂଗ୍ରାମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ତିନିଜଣ ଛାତ୍ରୀ ରାଜ୍ୟ ସ୍ତରୀୟ ଦୌଡ଼ ପ୍ରତିଯୋଗୀତାକୁ ମନୋନୀତ ହୋଇଛନ୍ତି ।‌ ସୁବର୍ଣ୍ଣପୁର ଜିଲ୍ଲା ସହଲା ଆଦିବାସୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେଉଥିବା ଜିଲ୍ଲା ସ୍ତରୀୟ ଦୌଡ଼ ପ୍ରତିଯୋଗୀତାରେ ଉକ୍ତ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।‌ ଏଥିରେ ପ୍ରିତିମୟୀ ଭୁକ୍ତା ୮୦୦ , ୧୫୦୦ , ୩୦୦୦ ମିଟର ଦୌଡରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।‌ ସେହିପରି ଅର୍ଚ୍ଚିତା ପ୍ରଧାନ ୧୦୦ , ୨୦୦ , ୪୦୦ ମିଟର ଦୌଡରେ ପ୍ରଥମ ହୋଇଥିଲେ ଏବଂ ଦେବସ୍ମିତା ପ୍ରଧାନ ୬୦୦ ମିଟର ଦୌଡରେ ପ୍ରଥମ ସ୍ଥାନରେ ପହଞ୍ଚିଥିଲେ । ଉଭୟ ତିନି ଜଣ ଛାତ୍ରୀ ରାଜ୍ୟ ସ୍ତରୀୟ ଦୌଡ଼ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଆସନ୍ତା ୮ ତାରିଖ ଦିନ ସୁନ୍ଦରଗଡ଼ ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଦୌଡ଼ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ