ଗୋପାଳପୁର ୪/୧୧ ଆମ୍ବପୁଆ ସ୍ଥିତ ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ଆଜି ୨୦୨୩-୨୪ ଶିକ୍ଷାବର୍ଷର ନବାଗତ ବିଦ୍ୟାର୍ଥୀ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କମଲଜୀତ ସିିଂ ଯୋଗ ଦେଇ ନବାଗତ ଛାତ୍ର ଛାତ୍ରୀଙ୍କୁ ଶୃଙ୍ଖଳିତ ହେବା ସହ ପାଠପଢ଼ା ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ପରୀକ୍ଷା ନିୟନ୍ତ୍ରକ ଡ଼. ସୌମିତ୍ର କୁମାର ଚାଟାର୍ଜି,ଲୋକନାଥ ପାତ୍ର,କଲେଜ ନିର୍ଦ୍ଧେଶକ ପ୍ରଫେସର ବିନାୟକ ପଟ୍ଟନାୟକ ମଞ୍ଚାସିନ ଥିଲେ l କଲେଜ ସମ୍ପାଦକ ତଥା ଅଧକ୍ଷ ଡ଼.ସରୋଜ କୁମାର ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ ଲୋକନାଥ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ l ଶେଷରେ ଡ଼. ତ୍ରିଲୋଚନ ଲେଙ୍କା ଧନ୍ୟବାଦ୍ ଅର୍ପଣ କରିଥିଲେ।