Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଓୟୁଏଟି ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷର

ଗୋପାଳପୁର, ୪/୧୧ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱର ସ୍ଥିତ ଓୟୁଏଟି (ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ) ମଧ୍ୟରେ ଶୁକ୍ରବାର ଚୁକ୍ତିନାମା ସ୍ଵାକ୍ଷର ହୋଇଛି l ଏହି ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳ ସଚିବ ସଚ୍ଚିତାନନ୍ଦ ନାୟକ, ଆଇକ୍ୟୁଏସିର ନିର୍ଦ୍ଧେଶକ ପ୍ରଫେସର ସୁଧାକର ପାତ୍ର,ସିଡ଼ିସି ନିର୍ଦ୍ଧେଶକ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ଆଇକ୍ୟୁଏସିର ଯୁଗ୍ମ ନିର୍ଦ୍ଧେଶକ ଡ଼. ଲକ୍ଷ୍ମୀଧର ରାଉତ,ଓୟୁଏଟି ପକ୍ଷରୁ ଓୟୁଏଟିର ପ୍ରଫେସର ପ୍ରଭାତ କୁମାର ରାଉଳ, କୁଳ ସଚିବ ଲୋପାମୁଦ୍ରା ମହାନ୍ତି,ବିତ୍ତ ନିୟନ୍ତ୍ରକ ଶଶାଙ୍କ ଭୂଷଣ ମହାପାତ୍ରଙ୍କ ସମେତ ବହୁ ପ୍ରାଧ୍ୟାପକ ଉପସ୍ଥିତ ଥିଲେ l ଏହି ଚୁକ୍ତିନାମା ଆସନ୍ତା ୫ ବର୍ଷ ପାଇଁ ହୋଇଥିବା ଜଣାପଡିଛି l ଏହା ଦ୍ୱାରା ଦୁଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଉନ୍ନତ ମାନର ଜ୍ଞାନ କୌଶଳ, ଶିକ୍ଷା ଓ ବିଭିନ୍ନ ତଥ୍ୟର ଆଦାନ ପ୍ରଦାନ ହୋଇପାରିବ l ତାହାସହ ଉଭୟ ବିଶ୍ଵବିଦ୍ୟାଳୟ ପରୀକ୍ଷା ଗାରକୁ ଉଭୟ ଛାତ୍ର ଛାତ୍ରୀ ବ୍ୟବହାର କରିପାରିବେ l ଦୁଇ ବିଶ୍ଵବିଦ୍ୟାଳୟ ସହାୟତାରେ ଉନ୍ନତ ମାନର ଗବେଷଣା, ସଂଧର୍ଭ ଓ ପ୍ରକଳ୍ପ ସୃଷ୍ଟି ହୋଇପାରିବ l ଏହାଦ୍ୱାରା ଦୁଇ ବିଶ୍ଵବିଦ୍ୟାଳୟ ମଧ୍ୟରେ ଛାତ୍ର ଛାତ୍ରୀ, ବୈଜ୍ଞାନିକ, ଗବେଷକ, ଗବେଷିକାଙ୍କ ଆଦାନ ପ୍ରଦାନ ହୋଇପାରିବ l ଚୁକ୍ତିନାମା ଦ୍ୱାରା ଦୁଇ ବିଶ୍ଵବିଦ୍ୟାଳୟରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉନ୍ନତି ହେବା ସଙ୍ଗେ ସଙ୍ଗେ ନିଯୁକ୍ତି କ୍ଷେତ୍ରରେ ସହାୟକ ହେବ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦାଶ ସୂଚନା ଦେଇଛନ୍ତି l

More Stories