Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଦାନତ୍ୟା ଦେଖାଇଲେ ବ୍ରହ୍ମପୁର ବିଧାୟକ, ଆମ୍ବୁଲାନ୍ସ ଯୋଗେ ମେଡିକାଲ ରୁ ଶବ ଗାଁ ରେ ପହଞ୍ଚିଲା

ଗୋପାଳପୁର,୦୫/୧୧
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିସି ଗ୍ରାମର ନାରାୟଣ ସାହୁଙ୍କ କଟକ ଏସ ସି ବି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବାପରେ ପରିବାର ଲୋକ ମୃତକ ନାରାୟଣଙ୍କ ପାର୍ଥିବ ଶରୀରକୁ ଗାଁକୁ ଆଣିବାକୁ ଆର୍ଥିକ ସ୍ତରରେ ଅସାମର୍ଥ୍ୟତା ପ୍ରକାଶ କରି ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ସାହାଯ୍ୟ ଲୋଡ଼ିଥିଲେ।ଏହି ଖବର ଶୁଣିବା କ୍ଷଣି ମାନ୍ୟବର ବିଧାୟକ, ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଇ ମୃତକ ନାରାୟଣ ଏବଂ ପରିବାର ସଦସ୍ୟ ମାନଙ୍କୁ କଟକରୁ କନିସି ଆଣି, ନିଜେ ସ୍ଥାନୀୟ ବିଜେଡି ନେତୃବୃନ୍ଦ, କର୍ମୀ ତଥା ସମାଜସେବୀ ମାନଙ୍କୁ ସାଙ୍ଗରେ ନେଇ, ମୃତକଙ୍କ ବାସଭବନ ନିକଟରେ ଉପସ୍ଥିତ ରହି ପରିବାରବର୍ଗଙ୍କୁ ସାହସ, ଧୈଯ୍ୟ ରଖିବା ପାଇଁ ସମବେଦନା ଜଣାଇବା ସହିତ ପାର୍ଥିବ ଶରୀରକୁ ଶ୍ମଶାନଘାଟରେ ପହଞ୍ଚେଇ ଶେଷକ୍ର୍ତତ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ଆବଶ୍ୟକୀୟ ମାନସିକ ତଥା ଆର୍ଥକ ସ୍ତରରେ ସାହାଯ୍ୟର ହାତବଢାଇ, ମାନବିକତାର ପରିଚୟ ଦେଇ, ପୁଣି ସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି। ପୂର୍ବରୁ ମଧ୍ୟ ଅନେକ ଥର ରୋଗୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ପ୍ରଦାନ କରିବାରେ ସହଯୋଗ କରିବା,ଗରିବ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ ନିମନ୍ତେ ଉତ୍ତମ ହସ୍ପିଟାଲ ପଠାଇବା ସହ ପାର୍ଥିବ ଶରୀରର ଗାଁ ରେ ପହଞ୍ଚାଇବାରେ ସହଯୋଗ କରି ଲୋକଙ୍କ ପ୍ରଶଂସା ର ପାତ୍ର ପାଲଟି ପାରିଛନ୍ତି।