ବୀରମହାରାଜପୁର ରେ ତୃତୀୟ ମାହେଶ୍ଵରୀ ମହୋତ୍ସବ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ମାହେଶ୍ୱରୀ ସେନା ର ଆୟୋଜନ କ୍ରମେ ମାହେଶ୍ୱରୀ ମହୋତ୍ସବ ୨୦୨୩ ମହାସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି l ରବିବାର କାନପୁର ସ୍ଥିତ ମାହେଶ୍ୱରୀ ଶକ୍ତିପୀଠ ରେ ପୂଜାର୍ଚ୍ଚନା ପରେ ମାହେଶ୍ୱରୀ ପୀଠ ର ସଭାପତି ସ୍ଵୟମ୍ଭୁ ନାଥ ଖଣ୍ଡଗିରୀ ଙ୍କ ନେତୃତ୍ଵ ରେ ଅନୁଷ୍ଠିତ ହୋଇଥିଲା ଜ୍ୟୋତି ଶୋଭାଯାତ୍ରା । ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରାରେ ବାହାରି ବୀରମହାରାଜପୁର ସହର ପରିକ୍ରମା କରି ଷ୍ଟାଡିୟମ ରେ ପହଞ୍ଚିଥିଲା l ଏଠାରେ ମାଁ ମାହେଶ୍ୱରୀ ଙ୍କୁ ପୂଜାର୍ଚନା କରିସାରିବା ପରେ ଏକ ସଭା ଆୟୋଜନ କରାଯାଇଥିଲା l ମାହେଶ୍ଵରୀ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ର ପରିଚାଳନା ନିର୍ଦ୍ଦେଶକ ଫକୀର କର୍ଣ୍ଣ , ସୁଧୀର ମହକୁର , ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ , ଶିବ ପଧାନ , ଶିକ୍ଷାବିତ୍ ଭୂଷଣ କୁମାର ପାତ୍ର , ଅଧ୍ୟାପିକା ଦେବଯାନୀ ମେସୁଆ , କୁରୁଆଁ ର ସରପଞ୍ଚ ପୁଷ୍ପାଞ୍ଜଳୀ କଲତା , ରାଜ୍ୟ ମହିଳା ଡୁମାଳ ପରିଷଦ ର ସଭାନେତ୍ରୀ ହେମବତୀ କରଣ , ରାଜ୍ୟ ଯୁବ ଡୁମାଳ ପରିଷଦ ର ସଭାପତି ତଥା ଦେଓଗାଁ(ବଲାଙ୍ଗିର ) ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ , ରାଜ୍ୟ ଡୁମାଳ ପରିଷଦ ର ଉପସଭାପତି ମୁରଲୀ ପାତ୍ର ପ୍ରମୁଖ ଯୋଗଦେଇ ସଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ସମାଜ ସଂସ୍କାର ପାଇଁ ଯୁବକ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ସମାଜ ସଂସ୍କାର ପାଇଁ ଯୁବକ ମାନେ ସେବା ,ସହଯୋଗ ଓ ସମର୍ପଣ କୁ ଧ୍ୟେୟ କରି କାର୍ଯ୍ୟ କରିବାକୁ ଉପସ୍ଥିତ ଅତିଥି ଓ ସମାଜ ର ବରିଷ୍ଠ ସଦସ୍ୟ ମାନେ ଯୁବକ ମାନଙ୍କୁ ପରାମର୍ଶ ଦେଇଥିଲେ। ମାହେଶ୍ୱରୀ ସେନାର ଥବିର କର୍ମୀ ସଭା ପରିଚାଳନା କରିଥିଲେ l ପରବର୍ତ୍ତୀ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବାଘର , ସ୍ଵୟମ୍ଭୁ ନାଥ ଖଣ୍ଡଗିରୀ , ମୀନକେତନ ମହାକୁର , ଜିଲ୍ଲା ପରିଷଦ ଚନ୍ଦ୍ରକାନ୍ତି ଦନ୍ତା , ଦୟାନିଧି ପ୍ରଧାନ , ଗୋପୀନାଥ ମହାକୁର ପ୍ରମୁଖ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ସଂସ୍କୃତିକ କାର୍ଯ୍ୟକ୍ରମ ରେ ସୁର ସଙ୍ଗମ ଲୁଇସିଂହା ର ଶଙ୍କର ବେହେରା ଓ ସାଥି ଏବଂ ରୁମକୁ ଝୁମାନା , ସୁବର୍ଣ୍ଣପୁର ର ଶାଶ୍ୱତ ତ୍ରିପାଠୀ ଓ ସାଥି ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି ଅବସର ରେ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ କୁ ଟ୍ରଫି ମାନପତ୍ର , ଉପଢୌକନ ଦେଇ ସମର୍ଦ୍ଧନା କରାଯାଇଥିଲା l ପ୍ରାୟ ପାଞ୍ଚ ହଜାଇ ରୁ ଉର୍ଦ୍ଧ୍ୱ ମାହେଶ୍ୱରୀ ସେନା କାର୍ଯ୍ୟ କର୍ତ୍ତା , ଶୁଭେଛୁ ଓ ସହଯୋଗୀ ଓ ଡୁମାଳ ସମାଜ ର ସଦସ୍ୟ ଯୋଗଦାନ କରିଥିଲେ l ମଧ୍ୟରାତ୍ର ଯାଏ ଏହି କାର୍ଯ୍ୟକ୍ରମ ଚାଲିଥିବା ଦେଖିବାକୁ ମିଳିଥିଲା l