ମୁରଶୁଣ୍ଢୀ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ମୁରାସୁର ଦରବାର ରେ ନୃସିଂହ ଙ୍କ ବିଦ୍ୟା ଶିକ୍ଷା ଅଭିନିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି। ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ୪୧ ବର୍ଷରେ ପହଞ୍ଚିଛି।‌ ଉପଖଣ୍ଡ ରେ ହେଉଥିବା ସମସ୍ତ ଗଜଲକ୍ଷ୍ମୀ ପୂଜା ଠାରୁ ଏହା ସବୁବେଳେ ସର୍ବାଗ୍ରେ ରହିଥାଏ । ଚଳିତ ବର୍ଷ ମଧ୍ୟ ଏହା ତାର ଶ୍ରେଷ୍ଠତ୍ବ ବଜାଇ ରଖିଛି । ଏହି ଅବସରରେ ଦିନ ରେ ନବାହ ପାରାୟଣ କାର୍ଯ୍ୟ ମଧ୍ୟ ଅନୁଷ୍ଠିତ ହେଉଛି । ଏ ବର୍ଷ ଆକର୍ଷଣୀୟ ମେଢ଼ , ଉଚ୍ଚ ତୋରଣ ଓ ରଙ୍ଗୀନ ଆଲୋକମାଳାରେ ଝଲସୁଛି ସମଗ୍ର ଅଞ୍ଚଳ । ଏହି ଅବସରରେ ମୁରାସୁର ଦରବାର ଅନୁଷ୍ଠିତ ହେଉଛି । ଜିଲ୍ଲା ଛାତ୍ର ବିଜେଡ଼ି ଅମୀୟ ରଞ୍ଜନ ଦାସ , ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର , ସ୍ଥାନୀୟ ରଘୁନାଥ ହାଇସ୍କୁଲ ପ୍ରଧାନ ଶିକ୍ଷକ କାଲିଆ ପ୍ରଧାନ ପ୍ରମୁଖ ରାଜ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ କଂଗ୍ରେସ ନେତା ବିନୋଦ ପାତ୍ର , ସାମ୍ବାଦିକ ଶେଷଦେବ ବାରିକ , ରାଜେଶ ସେଠୀ , ବିନୋଦ ପାଣ୍ଡେ , ସନାତନ ନାଗ , ପ୍ରହଲ୍ଲାଦ ବିହାରୀ ଦାସ ପ୍ରମୁଖ ରାଜ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରତ୍ୟହ ସନ୍ଧ୍ୟାରେ ରାଜ ଦରବାରରେ ଆଧୁନିକ ଓ ଲୋକନୃତ୍ୟ ସାଙ୍ଗକୁ ମୁକ୍ତାକାଶ ରଙ୍ଗମଞ୍ଚ ରେ ଶେଷ ନୃସିଂହଙ୍କ ବିଦ୍ୟା ଶିକ୍ଷା ଉପରେ ନାଟ୍ୟାଭିନୟ ଲୋକଙ୍କୁ ଖୁବ ଆମୋଦ ଦେଉଛି । ଏଥି ସହିତ ମିନାବଜାର , ଚକ୍ରଦୋଳି ସାଙ୍ଗକୁ ବିଭିନ୍ନ ଘରକରଣା ସାମଗ୍ରୀର କିଣାବିକା ଯୋଗୁଁ ଖୁବ ଗହଲି ସର୍ବଦା ଲାଗିରହିଥିବା ଦେଖାଯାଇଛି । ସକାଳେ ଲକ୍ଷ୍ମୀପୁଜା ହେବା ସହିତ ସନ୍ଧ୍ୟାରେ ଆଳତୀ ବେଳେ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହୁଛି । କମିଟିର ସହ ସମ୍ପାଦକ ବିଦ୍ୟାଧର ଖୁର୍ଡୀଆ ରଙ୍ଗମଞ୍ଚ ପରିଚାଳନା କରିଥିଲେ । ଏଥିରେ କମିଟିର ପରିଚାଳନା ସଭାପତି ଲବ କୁମାର ସାହୁ , ଉପ ସଭାପତି ଧନଞ୍ଜୟ ସାହୁ , ସମ୍ପାଦକ ତ୍ରୟଞ୍ଜିବୀ ମିଶ୍ର , କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି , ଉପଦେଷ୍ଟା ରାଜ ଗୋପାଲ ପାଣିଗ୍ରାହୀ ଓ କୁଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଥିଲେ I