ଅଳିଆ ଗଦା ମୂଳରୁ ଉଦ୍ଧାର ଶିଶୁ ପୋଷ୍ୟ ପୁତ୍ର ଗ୍ରହଣ କେନ୍ଦ୍ରକୁ ସ୍ଥାନାନ୍ତର


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ଉଲୁଣ୍ଡା ଥାନା ନିକଟସ୍ଥ ମାଟିଖାଇ ଗ୍ରାମର ଅନନ୍ତ ଝାଙ୍କର କିଛିଦିନ ତଳେ ଫୁଲ ତୋଳିବାକୁ ଯାଇ ଅଳିଆ ଗଦାମୂଳେ ଏକ ନବଜାତ ଶିଶୁ ପଡିଥିବା ଦେଖିବାକୁ ପାଇଥିଲେ I ସଙ୍ଗେ ସଙ୍ଗେ ତାକୁ ଉଦ୍ଧାର କରି ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ I ସେଠାରେ ଶିଶୁ ପୁତ୍ରର ଚିକିତ୍ସା କରିବା ସଙ୍ଗେସଙ୍ଗେ ନିକଟସ୍ଥ ଉଲୁଣ୍ଡା ଥାନାରେ ଖବର ଦେଇଥିଲେ l ଅଧିକ ଚିକିତ୍ସା ପାଇଁ ତୁରନ୍ତ ସୋନପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା l ସେଠାରେ ଡ଼ାକ୍ତର ତାର ଚିକିତ୍ସା କରିବାପରେ ଜିଲ୍ଲା ର ଶିଶୁ କଲ୍ଯାଣ ସମିତି କୁ ହସ୍ତାନ୍ତର କରିଥିଲେ I ଶିଶୁ କଲ୍ଯାଣ ସମିତି ର ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା , ଏ ଡି ଇ ଓ ସୁଜିତ ମିଶ୍ର , ଶାନ୍ତନୁ ପଣ୍ଡା , ହେମନ୍ତ ସା ପ୍ରମୁଖ ସୋନପୁର ପୋଲିସ ଉପସ୍ଥିତିରେ ଶିଶୁ ପୁତ୍ରକୁ ପୋଷ୍ୟ ପୁତ୍ର ଗ୍ରହଣ କେନ୍ଦ୍ର କୁ ହସ୍ତାନ୍ତରିତ କରାଯାଇଛି I