Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରାସୁର ରାଜ ର ଅନ୍ତ ; ମୁରଶୁଣ୍ଢୀ ଗଜଲଷ୍ମୀ ପୂଜା ଉପଲକ୍ଷେ ଆୟୋଜିତ ମୁରାସୁର ଦରବାର ସମାପିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ଆୟୋଜିତ ହେଉଥିବା ମୁରାସୁର ଦରବାର ସୋମବାର ଉଦଯାପିତ ହୋଇଯାଇଛି । ନାଟ୍ୟଭିକ୍ରମରେ ମୁକ୍ତାକାଶ ରଙ୍ଗମଞ୍ଚ ରେ ମୁରାସୁର ପହଞ୍ଚିବା ପୂର୍ବରୁ ଏକ ଶୋଭାଯାତ୍ରା ରେ ନଗର ଭ୍ରମଣ କରିଥିଲେ ।‌ ତାଙ୍କ ସହିତ ପାତ୍ର ମନ୍ତ୍ରୀ ମଧ୍ୟ ସାମିଲ ଥିଲେ। ମଞ୍ଚରେ ପହଞ୍ଚି ଆରମ୍ଭ ହୋଇଥିଲା ରାଜ ସଭା କାର୍ଯ୍ୟ । ମହାରାଜା ଙ୍କ ଆଦେଶ କ୍ରମେ ଲକ୍ଷ୍ମୀ ପୂଜା କମିଟିର ସଭାପତି ଲବ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ ସଭାରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ପଟ୍ଟନାୟକ , ସମାଜସେବୀ ଡ. ଅମ୍ବିକା ମହାରଣା ରାଜ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ‌ ଦ୍ବିତୀୟ ପର୍ଯ୍ୟାୟରେ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ , ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା , ଜିଲ୍ଲା ପରିଷଦ ସଭ୍ୟା ଚନ୍ଦ୍ରକାନ୍ତି ଦନ୍ତା , ‘ଓଡଶା ମୋ ପରିବାର’ଜିଲ୍ଲା ସଂଯୋଜକ ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ , ଉଲୁଣ୍ଡା ବ୍ଳକ ଅଧ୍ୟକ୍ଷା ପ୍ରତିନିଧି କୃତିବାସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ନିମନ୍ତ୍ରିତ ଅତିଥି ମାନଙ୍କୁ ପୂଜା କମିଟି ପକ୍ଷରୁ ସ୍କୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।‌ ଅତିଥି ମାନେ ମୁର୍ଷୁଣ୍ଢୀ ଗଜଲକ୍ଷ୍ମୀ ପୂଜାକୁ ଭୁରି ପ୍ରଶଂସା କରିବା ସହିତ ହଜିଯାଇଥିବା ପୈାରାଣିକ ଘଟଣାକୁ ଲୋକଲୋଚନକୁ ଆଣିବା ପାଇଁ କରାଯାଉଥିବା ଏହି ପ୍ରୟାସର ଆବଶ୍ୟକତା ରହିଛି ବୋଲି କହିଥିଲେ।ରଙ୍ଗସଭାରେ ରାଜନର୍ତ୍ତକୀଙ୍କ ଦ୍ବାରା ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ ହୋଇଥିଲା। ପୈାରାଣିକ କଥାବସ୍ତୁ ଉପରେ ପର୍ଯ୍ୟବେଷିତ ମୁରାସୁର ରାଜ ଦେଖିବାକୁ ପ୍ରବଳ ଗହଳି ଲାଗିଥିଲା । ରଙ୍ଗମଞ୍ଚରେ ନାଟ୍ୟାଭିକ୍ରମରେ ବିଷ୍ଣୁଙ୍କ ଉପରେ ମୁରାସୁର କ୍ରୋଦ୍ଧିତ ହୋଇଥିଲେ । ମହାମନ୍ତ୍ରୀ ଓ ସେନାପତି କାଳବିକାଳଙ୍କ ହସ୍ତରେ ନିହତ ହୋଇଥିଲେ । ବିଷ୍ଣୁଙ୍କ ସହ ମୁରାସୁର ଯୁଦ୍ଧରେ ମୁରାସୁର ନିହତ ଆଦି ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନିତ ହୋଇଥିଲା । ମୁରାସୁର ଭୂମିକାରେ ଗୋପାଳ ପଣ୍ଡା , ମହାମନ୍ତ୍ରୀ ଭୂମିକାରେ ସୁନୀଲ ରାଓ , ନାରଦ ରେ ଜଗନ୍ନାଥ ସାହୁ , କାଳ ବିକlଳ ରେ ଲଖିନ୍ଦ୍ର ଭୋଇ ଓ କିରଟି ମିଶ୍ର ପ୍ରମୁଖ ନିଖୁଣ ଅଭିନୟ ପ୍ରଦର୍ଶନ କରି ସମସ୍ତଙ୍କ ଆପଣାର ହୋଇଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ