Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ୱାଦିକ ସଙ୍ଘ ଦାବୀ ଯୋଗୁଁ ନର୍ଲା ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା କାର୍ଯ୍ୟ ଆରମ୍ଭ

ଭବାନୀପାଟଣା, ୦୭/୧୧ (ଜଗନ୍ନାଥ ନାଏକ) :
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଅନ୍ତର୍ଗତ ପୂର୍ତ୍ତ ବିଭାଗ ପକ୍ଷରୁ ଛତିକୁଡ଼ା ଠାରୁ ନର୍ଲା ରାମପୁର ଦେଇ ଯାଉଥିବା ରାଜ୍ୟ ସଡ଼କ ପଥର ପ୍ରଶସ୍ତି କରଣ ସହିତ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଜିଲ୍ଲା ପ୍ରଶାସନିକ ଅଧିକାରୀ ଙ୍କ ଅହେତୁକ ବିଳମ୍ବ ମନୋଭାବ ଯୋଗୁଁ କାର୍ଯ୍ୟଟି ବିଳମ୍ୱ ହେବା ଦ୍ବାରା ନର୍ଲା ସାମ୍ୱାଦିକ ସଙ୍ଘ ଏକ ୧୨ ଦଫା ଦାବିପତ୍ର ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୱରେ ଏକ ଦାବିପତ୍ର ପ୍ରଶାସନିକ ଅଧିକାରୀ ଙ୍କ ଜରିଆରେ ପ୍ରଦାନ କରାଯାଇଥିଲା ତତ୍ ସହିତ ନର୍ଲା ଠାରେ ରାସ୍ତା ରୋକ୍ କରିବା ପାଇଁ ପ୍ରଶାସନ କୁ ଚେତାବନୀ ଦେବା ଫଳରେ ବିଭାଗ ପକ୍ଷରୁ ତନାଘନା ରାସ୍ତା କାର୍ଯ୍ୟ ଆରମ୍ଭ ହେଉଅଛି । ଏହି ରାସ୍ତା ପ୍ରଶସ୍ତି କରଣ ହେବା ଦ୍ବାରା ଅଞ୍ଚଳରେ ଘଟୁଥିବା ଦୁର୍ଘଟଣା ଉପରେ ନିୟନ୍ତ୍ରଣ ହେବା ସହ ସ୍ଥାନୀୟ ଅଞ୍ଚଳର ଲକ୍ଷାଧିକ ଲୋକଙ୍କ ଗମନାଗମନ ସୁଗମ ହୋଇପାରିବ ବୋଲି ସ୍ଥାନୀୟ ଲୋକେ କହନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ