ଜୟ ମା ପୂର୍ଣ୍ଣମାସୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ମନମୁଣ୍ଡା କୁ ହରାଇ କଳାପଥର ଚମ୍ପିଆନ୍ ଘୋଷିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତ ର ସୁଲିଆଦାଦର ଓ ବୁଟୁଖମନ ରେ ଦୀର୍ଘ ୫ ଦିନ ଧରି ହେଉଥିବା ୪ର୍ଥ ମା ‘ ପୂର୍ଣମlସୀ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳ ରେ ମନମୁଣ୍ଡା କୁ ହରାଇ କଳାପଥର ବିଜୟୀ ହୋଇ ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ୍ ରେ ମନମୁଣ୍ଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୯ ଟି ଉଇକେଟ ହରାଇ ୮୮ରନ କରିଥିଲା । ଜବାବରେ କଳାପଥର ଦଳ ୫.୨ ଓଭର ରେ ୮୯ ରନ କରି ବିଜୟୀ ହୋଇଥିଲା । ଅନୁଷ୍ଠିତ ପ୍ରଥମ ସେମି ଫାଇନାଲ ରେ ତେଲିପାଲି କୁ ହରାଇ ମନମୁଣ୍ଡା ପ୍ରଥମ ଦଳ ଭାବେ ଫାଇନାଲ ରେ ପ୍ରବେଶ କରିଥିଲା । ଦ୍ଵିତୀୟ ସେମି ଫାଇନାଲ ରେ ଉଫୁଲା କୁ ହରାଇ କଳାପଥର ଦଳ ଦ୍ଵିତୀୟ ଦଳ ଭାବେ ଫାଇନାଲ ରେ ପ୍ରବେଶ କରିଥିଲା । ଆୟୋଜକ ସଭାପତି ନାରାୟଣ ପ୍ରସାଦ ଙ୍କ ପୌରୋହିତ ରେ ଅନୁଷ୍ଠିତ ପୁରସ୍କାର ବିରରଣି ଉତ୍ସବରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଏବଂ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ରଥ , ସଂଗ୍ରାମପୁର ସମିତି ସଭ୍ୟ ସ୍ବପ୍ନ କର୍ମୀ , ବହଳପଦର ସେବା ସମବାୟ ସମିତିର ସଂପାଦକ ପ୍ରଫୁଲ୍ଲ ଦନ୍ତା , କମିରା ସରପଞ୍ଚ ପ୍ରତିନିଧି ସପନ ପ୍ରଧାନ , ପୂର୍ବତନ ପ୍ରଧାନ ଶିକ୍ଷକ ସୂର୍ଯ୍ୟକାନ୍ତ ପ୍ରଧାନ , ଶିକ୍ଷାବିତ ବ୍ରଜବିହାରି ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । କଳାପଥର ର ଲଳିତ ବନଛୋର ଙ୍କୁ ମ୍ୟାନ ଅଫ ଦି ଫାଇନାଲ , ବିଷ୍ଣୁ ପ୍ରଧାନ ଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରାଯାଇଥିଲା l ଏଥି ସହିତ ଚାମ୍ପିଅନ କଳାପଥର ଦଳ କୁ ଟ୍ରଫି ସଙ୍ଗେ ନଗଦ ୧୫ ହଜାର ଟଙ୍କା ଓ ଉପବିଜେତା ମନମୁଣ୍ଡା ଦଳକୁ ଟ୍ରଫି ସହିତ ୧୨ ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା । ଫାଇନାଲ ମ୍ୟାଚ୍ ରେ ରାଧାକାନ୍ତ ପ୍ରଧାନ ଓ ସଞ୍ଜୀବ ପ୍ରଧାନ ଆମ୍ପାୟାର ଭାବେ ପରିଚାଳନା କରିଥିବା ବେଳେ ବିକାଶ କୁମାର ପ୍ରଧାନ ସ୍କୋରର ଏବଂ ଶ୍ରୀନିବାସ ପ୍ରଧାନ ଧରାବିବରଣୀ ପ୍ରଦାନ କରିଥିଲେ । ଆୟୋଜକ ଦେବେନ୍ଦ୍ର ପ୍ରଧାନ , ଅନିଲ ପ୍ରଧାନ , ନରେନ୍ଦ୍ର ପ୍ରଧାନ , ଭରତ ପାତ୍ର , ନରେଶ ପ୍ରଧାନ , ରଞ୍ଜନ ପ୍ରଧାନ , ବିମଳ ସାହୁ , ହରିହର ପ୍ରଧାନ , ପ୍ରଦୀପ ପ୍ରଧାନ , ସଚ୍ଚିଦାନନ୍ଦ ପ୍ରଧାନ ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା ରେ ସହଯୋଗ କରିଥିଲେ।