Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭଷାଣି ସହ ଉଦଯାପିତ ହେଲା ମୁରସୁନଢ଼ି ଗଜଲକ୍ଷ୍ମୀ ପୂଜା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ରେ ଏଗାର ଦିନ ଧରି ଚାଲିଥିବା ୪୧ ତମ ଗଜଲକ୍ଷ୍ମୀ ପୂଜା ଉଦଯାପିତ ହୋଇଯାଇଛି । ମଙ୍ଗଳବାର ଦିନ ମା ‘ ଗଜଲକ୍ଷ୍ମୀ ଙ୍କ ମୃଣ୍ମୟ ମୂର୍ତ୍ତି ସମେତ ହନୁମାନ ଓ ଅନନ୍ୟ ପାର୍ଶ୍ଵ ଦେବା ଦେବୀ ଙ୍କ ମୂର୍ତ୍ତି ଙ୍କୁ ବିସର୍ଜନ କରାଯାଇଛି । ମଙ୍ଗଳବାର ସକାଳୁ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା । ପରେ ହୋମ ଯଜ୍ଞ କରି ପୂର୍ଣ୍ଣାହୁତି କରାଯାଇଥିଲା । ସାମୂହିକ ପ୍ରସାଦ ସେବନ ପରେ ଆରମ୍ଭ ହୋଇଥିଲା ଭସାଣି ଶୋଭାଯାତ୍ରା । ଏଥିରେ ପାରମ୍ପରିକ ସାଂସ୍କୃତିକ ନୃତ୍ୟ ଓ ବାଜା ସାମିଲ କରାଯାଇଥିଲା । ଦୁଲଦୁଲି , ଢୋଲ , ନିଶାନ , ତାସା , ଝାଞ୍ଜ , ମହୁରୀ ଆଦି ପଞ୍ଚ ବାଦ୍ୟ ସହିତ ଘଣ୍ଟ ବାଦ୍ୟ , ସଙ୍କୀର୍ତ୍ତନ ଆଦି ପରିବେଷଣ କରାଯାଇଥିଲା । ପୂଜା ମଣ୍ଡପ ରୁ ଆରମ୍ଭ ହୋଇ ମୁଖ୍ୟ ଛକ ଦେଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା । ଶେଷରେ ନିକଟସ୍ଥ ହରିହର ଯୋର ରେ ବିସର୍ଜନ କରାଯାଇଥିଲା । ଏହା ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଆୟୋଜକ କର୍ମକର୍ତ୍ତା ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଆଖ ପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ହେଉଥିଲା । ପ୍ରାୟ ଦୁଇ ଶହ ଜଣ ସ୍ବେଚ୍ଛାସେବୀ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସର୍ବଦା କାର୍ଯ୍ୟରତ ଥିଲେ । ପୂଜା କମିଟିର ସଭାପତି ଲବ କୁମାର ସାହୁ ଙ୍କ ସମେତ ଉପସଭାପତି ଧନଞ୍ଜୟ ସାହୁ , ସମ୍ପାଦକ ତ୍ରୟଞ୍ଜିବ ମିଶ୍ର , ସହ ସମ୍ପାଦକ ବିଦ୍ୟାଧର ସହୁ , କୋଷାଧ୍ୟକ୍ଷ ସତ୍ୟ ମୋହନ ବେଦପାଣି , ଉପଦେଷ୍ଟା ରାଜ ଗୋପାଳ ପାଣିଗ୍ରାହୀ , କୁଶ କୁମାର ସହୁ ଏବଂ ସଭ୍ୟ ସଞ୍ଜୀବ ସାହୁ , ବଳରାମ ପ୍ରଧାନ , ଗୋପୀନାଥ ପ୍ରଧାନ , ଆଦିତ୍ୟ ପ୍ରଧାନ , ମନୋଜ ନାଏକ , ଚିତ୍ତ ରଂଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରମୁଖ ଭୂମିକା ନେଉଥିଲେ।