Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଷ୍ଟ କୋଷ୍ଟ ରେଳବାଇ ସୁରକ୍ଷା ବିଭଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ।

ଗୋପାଳପୁର,୦୮/୧୧ ଇଷ୍ଟ କୋଷ୍ଟ ରେଳବାଇ ସୁରକ୍ଷା ବିଭାଗ ପକ୍ଷରୁ ରେଳ ରେ ଯାତ୍ରା ସମୟରେ କିପରି ସୁରକ୍ଷିତ ରହି ପାରିବେ ସେ ନେଇ ଇଷ୍ଟ କୋଷ୍ଟ ସିଭିଲ ଡିଫେନ୍ସ ସ୍ବେଛାସେବୀ ମାନଙ୍କ ପକ୍ଷରୁ ଗତ ୩୧ ତାରିଖ ଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଠାରୁ ପାଲାସା ଷ୍ଟେସନ ମଧ୍ୟରେ ଟ୍ରେନ ଯାତ୍ରୀ ମାନଙ୍କୁ ସଚେତନତା ସୃଷ୍ଟି କରା ଯାଉଛି।ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ରୋଡ଼ ଡିଭିଜନ ର ବରିଷ୍ଠ ସୁରକ୍ଷା ବିଭାଗ ଅଧିକାରୀ ଏମ ଏନ ଏସ ରମେଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନ୍ୟ କର୍ମଚାରୀ ସୁରକ୍ଷା ଇନିସିପେକ୍ଟର ଏସ କେ ବେହେରା, ସ୍ବେଚ୍ଛାସେବୀ ଏସ କାମେଶ୍ବର ରାଓ ଓ କର୍ମଚାରୀ ମାନେ ଟ୍ରେନ ରେ ଯାତ୍ରା କରି ଏବଂ ବ୍ରହ୍ମପୁର ରେଳ ଷ୍ଟେସନ ସମେତ ଅନ୍ୟାନ୍ୟ ଷ୍ଟେସନ ରେ ଯାତ୍ରୀମାନଙ୍କୁ ଟ୍ରେନ ଯାତ୍ରା ସମୟରେ ନିଷିଦ୍ଧ ତଥା ଦହନଶୀଳ ସାମଗ୍ରୀ ସାଥିରେ ନ ନନେବାକୁ ପରାମର୍ଶ ସହ ସଚେତନତା ସୃଷ୍ଟି କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories