ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପଣ୍ଡିଆପାଲି ଖେଳ ପଡିଆରେ ହେଉଥିବା ୧୪ତମ ଶହିଦ ବିଭୀଷଣ ସାହୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ରେ ଉଲୁଣ୍ଡା କୁ ହରାଇ ମେହେର ସୁପରଷ୍ଟାର ବାଉଁଶୁଣି ବିଜୟୀ ହୋଇ ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ ଟି ତିନୋଟି ଫର୍ମାଟ ରେ ହୋଇଥିଲା । ପ୍ରଥମ ଫର୍ମାଟ ଟି ଦଶ ଓଭର ବିଶିଷ୍ଟ ହୋଇଥିଲା । ଉଲୁଣ୍ଡା ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୮ ଉଇକେଟ ହରାଇ ୮୫ ରନ କରିଥିଲା । ଜବାବରେ ବାଉଁଶୁଣି ଦଳ ୬ ଓଭର ରେ ୩ ଉଇକେଟ ହରାଇ ୮୬ ରନ କରିଥିଲା। ଦ୍ଵିତୀୟ ଫର୍ମାଟ ଟି ଆଠ ଓଭର ବିଶିଷ୍ଟ ହୋଇଥିଲା। ଏଥିରେ ବାଉଁଶୁଣି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୪ ଉଇକେଟ ହରାଇ ୧୧୦ ରନ କରିଥିଲା। ଜବାବରେ ଉଲୁଣ୍ଡା ଦଳ ୭ ଓଭର ରେ ୪ ଉଇକେଟ ହରାଇ ୧୧୧ ରନ କରିଥିଲା । ଉଭୟ ଦଳ ଗୋଟିଏ ଲେଖାଏଁ ଫର୍ମାଟ ରେ ବିଜୟୀ ହେବାରୁ ସୁପର-୨ ଓଭର ଖେଳା ଯାଇଥିଲା । ଏଥିରେ ଉଲୁଣ୍ଡା ପ୍ରଥମେ ୨ ଉଇକେଟ ହରାଇ ୧୯ ରନ କରିଥିବା ବେଳେ ବାଉଁଶୁଣି ଗୋଟିଏ ଓଭର ରେ ୨୦ ରନ କରି ଥିଲା । ଫଳରେ ବାଉଁଶୁଣି ୨-୧ ରେ ବିଜୟୀ ହୋଇ ଚାମ୍ପିଅନ ଘୋଷିତ ହୋଇଥିଲା। ଆୟୋଜକ ସଭାପତି ପିଣ୍ଟୁ ବେହେରା ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଏବଂ ଜୋନ -୧ ଜିଲ୍ଲାପରିଷଦ ସଭ୍ୟ ଲବ କୁମାର ସହୁ , ସୋନପୁର ର ପୂର୍ବତନ ବିଧାୟକ ବିନୋଦ ପାତ୍ର , ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ରଘୁନାଥ ଜଗଦଲା , ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ ର ପ୍ରଧାନ ଶିକ୍ଷକ ପଙ୍କଜ ଖମାରୀ , ପ୍ରିୟବ୍ରତ ସାହୁ , ପୃଥ୍ୱୀରାଜ ଜଗଦଲା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉଲୁଣ୍ଡା ର ଦୀପକ ବେହେରା ଙ୍କୁ ମ୍ୟାନ ଅଫ ଫାଇନାଲ , ଶ୍ରେଷ୍ଠ ସିକ୍ସର ଓ ଏମରଜିଙ୍ଗ ପ୍ଲେୟାର , ଅଭିଳାଷ ନାଏକ ଙ୍କୁ ଶ୍ରେଷ୍ଟ ଉଇକେଟ କିପର ଏବଂ ବାଉଁଶୁଣି ର ଛୋଟୁ ଆକାଶ ଙ୍କୁ ମ୍ୟାନ ଅଫ ଦି ସିରିଜ ଓ ଶ୍ରେଷ୍ଠ ବୋଲର ଭାବେ ପୁରସ୍କୃତ କରାଯାଇଥିଲା । ଚାମ୍ପିଅନ ବାଉଁଶୁଣି ଦଳ କୁ ଟ୍ରଫି ସହିତ ନଗଦ ୨୫ ହଜାର ଟଙ୍କା ଏବଂ ରନର୍ସ ଅଫ ଉଲୁଣ୍ଡା ଦଳ କୁ ଟ୍ରଫି ସହିତ ୧୮ ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା । ଫାଇନାଲ ମ୍ୟାଚ୍ ରେ ରାଜୀବ ପ୍ରଧାନ ଓ ପ୍ରଫୁଲ୍ଲ ବେହେରା ଆମ୍ପାୟର,କୁମାର ସେଠୀ ଓ ସନାତନ ବେହେରା ସ୍କୋରର ଏବଂ ରିଙ୍କୁ ଭୋଇ ଧାରାବିବରଣୀ ପ୍ରଦାନ କରିଥିଲେ । ସିପୁନ ବେହେରା,ସୁବ୍ରତ ବେହେରା , ଗିରିଶ ବେହେରା , ଦୁଃଖୁ ପ୍ରଧାନ , ଭଗବାନ ସାହୁ , ରତନ ପ୍ରଧାନ , ମଣ୍ଟୁ ବେହେରା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।
ଶହିଦ ବିଭୀଷଣ ସାହୁ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ; ଉଲୁଣ୍ଡା କୁ ହରାଇ ମେହେର ସୁପର ଷ୍ଟାର , ବାଉଁଶୁଣି ଚାମ୍ପିଆନ୍ ଘୋଷିତ
