Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିତା ମହୁଲ- କୁସୁମଟିକ୍ରା ରେ କେହି ଶୁଣୁ ନାହାଁନ୍ତି ବିଦ୍ୟୁତ ଓ ପାନୀୟ ଜଳ ସମସ୍ଯା ସମ୍ପର୍କରେ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ (କୁସୁମଟିକ୍ରା) ଗ୍ରାମରେ ବିଦ୍ୟୁତ୍ ଓ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଫଳରେ ଗ୍ରାମବାସୀ ନାହିଁ ନ ଥିବା ଅବସ୍ଥା ଭୋଗୁଛନ୍ତି । ତେଣୁ ଗ୍ରାମବାସୀ ଏନେଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ଏହି ସମସ୍ୟା ର ସମାଧାନ ପାଇଁ ମଙ୍ଗଳବାର ଦାବୀପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁସାରେ ଉକ୍ତ ଗ୍ରାମକୁ ବିଦ୍ୟୁତ ଯୋଗାଣ ଓ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ବିଭାଗୀୟ ଅଧକାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ପ୍ରାୟ ୧୨ ବର୍ଷ ପୂର୍ବେ ପିତମହୁଲ ଗ୍ରାମର ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ପରିବାର ଗ୍ରାମରୁ ଯାଇ କୁସୁମଟିକ୍ରା ରେ ଘର କରି ରହୁଛନ୍ତି। ଏବେ ପ୍ରାୟ ସମୁଦାୟ ୧୦୦ ଲୋକ ଏଠାରେ ରହୁଛନ୍ତି । ତେବେ ଏଠାରେ ଦୀର୍ଘ ଦିନ ଧରି ରହୁଥିଲେ ମଧ୍ୟ ପାନୀୟ ଜଳ ଯୋଗାଣ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ କିମ୍ବା ନଳକୂପ ଟିଏ ମଧ୍ୟ ଖୋଲା ଯାଇନାହିଁ । ତେଣୁ ଗ୍ରାମର ଲୋକେ ବାଧ୍ୟ ହୋଇ ଘର ଠାରୁ ୩ କିମି ଦୂର ରେ ଥିବା ଜଳାଶୟ ରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି । ଏହା ସହିତ ଗ୍ରାମର ଉକ୍ତ ପରିବାର ଙ୍କୁ ବିଦ୍ୟୁତ ସଂଯୋଗ ହୋଇ ନ ଥିବାରୁ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଲୋକେ। ବିଦ୍ୟୁତ ନ ଥିବାରୁ ପରିବାର ପିଲାଙ୍କ ପାଠ ପଢା ରେ ମଧ୍ୟ ବ୍ୟାଘାତ ଦେଖା ଦେଉଛି । କୌଣସି ଡିଜିଟାଲ ସାମଗ୍ରୀ ମଧ୍ୟ ବ୍ୟବହାର କରିପାରୁ ନାହାଁନ୍ତି। ବିଦ୍ୟୁତ୍ ନ ଥିବାରୁ ମୋବାଇଲ ଫୋନ ଚାର୍ଜ ପାଇଁ ଅନ୍ୟ ଗ୍ରାମ ଉପରେ ନିର୍ଭର କରୁଛନ୍ତି । ଏଣୁ ଗ୍ରାମବାସୀ ଗ୍ରାମରେ ବିଦ୍ୟୁତ ସଂଯୋଗ କରିବା ସହିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଏବଂ ନଳକୂପ ଖନନ କରିବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସ୍ବେଚ୍ଛାସେବୀ ଅଭିମନ୍ୟୁ ଡାଙ୍ଗ ଙ୍କ ନେତୃତ୍ଵ ରେ ଗ୍ରାମର ଜନନୀ ଶିକା , ରଞ୍ଜନ କୁମ୍ଭାର , ସେବତୀ କୁମ୍ଭାର , ଦୟାନିଧି କୁମ୍ଭାର , ନାରାୟଣ କୁମ୍ଭାର , ହେମନ୍ତ କୁମ୍ଭାର ଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ଲୋକ ଜିଲ୍ଲାପାଲଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ