Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କମିରା ପଞ୍ଚାୟତ ରେ ଜାତୀୟ ଆଇନ ସେବା ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଗୁରୁବାର ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ତାଳୁକ ଆଇନସେବା କମିଟି ଅଧ୍ୟକ୍ଷା ତଥା ବୀରମହାରାଜପୁର ବରିଷ୍ଠ ଦେୱାନି ବିଚାରପତି ସରୋଜିନୀ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ସ୍ଥାନୀୟ ଏସଡିଜେଏମ ରାଜଶ୍ରୀ ପଟ୍ଟନାୟକ , ଆଇନଜୀବି ଯତୀନ ପାଣିଗ୍ରାହୀ ଓ ପୋଲିସ ସବଇନ୍ସପେକ୍ଟର ପାର୍ବତୀ ଦାସ ପ୍ରମୁଖ ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପାରା ଲିଗାଲ , ଲୋକ ଅଦାଲତ , ମଧ୍ୟସ୍ଥତା ଓ ସ୍ଥାୟୀ ଆଇନସେବା ପ୍ରାଧିକରଣ ବ୍ୟବସ୍ଥା ଆଦି ସଂକ୍ରାନ୍ତରେ ଆଲୋକପାତ କରାଯାଇଥିଲା । ଶେଷରେ ସ୍ଥାନୀୟ ସରପଞ୍ଚ ଅନୁସୟା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅଦାଲତ କର୍ମଚାରୀ ସଂଜୀବ ବାରିକ , ରବିନାରାୟଣ ଅମାତ ପ୍ରମୁଖ ସହଯୋଗ କରିଥିଲେ । ବହୁ ସଂଖ୍ୟକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଓ ଗ୍ରାମବାସୀ ଏଥିରେ ଉପସ୍ଥିତ ଥିଲେ ।