ବୀରମହାରାଜପୁର- ଅମର ପାଲି ପୂର୍ତ୍ତବିଭାଗ ରାସ୍ତା ଟି ପାଲଟିଛି ମରଣ ଯନ୍ତା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରୁ ସିମାବର୍ତ୍ତୀ ଅମରପାଲି ଦେଇ ମୋଚିବାହାଲ ଏନ ଏଚ କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତା ଟି ଏବେ ମରଣଯନ୍ତା ପାଲଟିଛି l ରାସ୍ତା କାମ ପ୍ରାୟ ବୀରମହାରାଜପୁର ଚାରିଛକ ଠାରୁ ମୋଚିବାହାଲ ପର୍ଯ୍ୟନ୍ତ ସରିଯାଇଛି ହେଲେ ମଝିରେ ମଝିରେ ଯେଉଁ ବ୍ରିଜ ଗୋଡ଼ିକ ହେବା କଥା ସେଗୁଡିକ କାମ ହେଇପାରୁନାହିଁ l ଉକ୍ତ ରାସ୍ତା ର ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ଭୁତିଆପାଲି ସ୍ଥିତ ଘୁଙ୍ଗିନାଳ ଉପରେ ଏକ ବ୍ରିଜ ନିର୍ମାଣ କାମ ଚାଲିଥିଲା l କିନ୍ତୁ ସେହି କାମ ସରକାରୀ ଜମିରେ ନ କରି ବିଭାଗୀୟ ଜେଇ ଜଣଙ୍କ ରୟତି ଜମି ରେ କାମ ଆରମ୍ଭ କରାଇଥିଲେ l ଜମି ମାଲିକ କାମ ଟିକୁ ବନ୍ଦ କରିଦେବାରୁ ଟେଣ୍ଡର ପାଇଥିବା ଠିକା ସଂସ୍ଥା ତାର ଜିନିଷ ପତ୍ର ଧରି ଚାଲିଯାଇଛି l ଯାହାଫଳରେ ଉକ୍ତ ବ୍ରିଜ ର ତୁଇ ପାର୍ଶ୍ଵରେ ବଡ ବଡ ଗର୍ତ୍ତ ମାନ ସୃଷ୍ଟି ହୋଇ ବିଭିନ୍ନ ସମୟରେ ବହୁତ ଲୋକ ଏଠାରେ ଦୁର୍ଘଟଣା ଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି l ଉକ୍ତ ବ୍ରିଜ ଉପରେ ବର୍ଷା ଦିନେ ଅସରାଏ ବର୍ଷା ହେଲେ ବ୍ରିଜ ଉପରେ ୫ ଫୁଟ ର ପାଣି ପ୍ରବାହିତ ହେଉଥିବା ଓ ବ୍ରିଜ କାମକୁ ଶୀଘ୍ର କରିବା ପାଇଁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେଉ ଥିଲେ ମଧ୍ୟ ପ୍ରଶାସନର ନିଦ୍ରା ଭଗ୍ନ ହେଉନାହିଁ l ତେଣୁ ଜିଲ୍ଲା ପ୍ରଶାସନ ଉକ୍ତ ବ୍ରିଜ କାମକୁ ଦୃଷ୍ଟି ଦେଇ ଶୀଘ୍ର କାମ ଆରମ୍ଭ କରି ରାସ୍ତା ର ଉଭୟ ପାର୍ଶ୍ଵରେ ରାସ୍ତା ମରାମତି କରିବା ପାଇଁ ଜନସାଧାରଣ ରେ ଦାବୀ ହେଉଛି l