ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବ୍ଲକ କଂଗ୍ରେସ ର ସଙ୍କୀର୍ତ୍ତନ ସତ୍ୟାଗ୍ରହ

ବୀରମହାରାଜପୁର :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବ୍ଲକ କଂଗ୍ରେସର ସଙ୍କୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପିସିସି ସଭାପତି ଶରଦ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଳକ କଂଗ୍ରେସ କମିଟିର ସଭାପତି ବସନ୍ତ କୁମାର ମହାକୁରଙ୍କ ନେତୃତ୍ୱରେ ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପରିସରରେ ଏହି ସଂଙ୍କିର୍ତ୍ତନ୍ୟ ସତ୍ୟାଗ୍ରହ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ର ପ୍ରମୁଖ ନେତୃମଣ୍ଡଳୀ ଓ କର୍ମକର୍ତ୍ତା ଯୋଗଦେଇଥିଲେ। ପ୍ରଥମେ ଜଗନ୍ନାଥ ଙ୍କ ଠାରେ ପ୍ରଦୀପ ଜାଳି ଏବଂ ସଂକୀର୍ତ୍ତନ କରି ପ୍ରତିବାଦ କରିଥିଲେ । ଗୁରୁବାର ପୂର୍ବାହ୍ନ ରେ ଅନୁଷ୍ଠିତ ପ୍ରତିବାଦ ସତ୍ୟାଗ୍ରହ ରେ କଂଗ୍ରେସ ର ସଦସ୍ୟମାନେ
ମହାପ୍ରଭୁଙ୍କ ଦର୍ଶନ ନିର୍ମିତ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା , ରତ୍ନ ଭଣ୍ଡାର ଖୋଲାଯାଇ ମହାପ୍ରଭୁ ଅଳଂକାର ମୂଲ୍ୟାଙ୍କନ କରିବା ସହିତ ରତ୍ନ ଭଣ୍ଡାର ମରାମତି କରିବା ଆଦି ଦାବୀ କରୁଥିଲେ । ଏହା ସହିତ ବେଦାନ୍ତ କମ୍ପାନୀ ଦ୍ଵାରା ଜଗନ୍ନାଥଙ୍କ ଅମୃତ ମଣୋହି ଜମି ଓ ଚାଷୀ ମାନଙ୍କ ଜମି ତୁରନ୍ତ ଫେରସ୍ତ କରିବାକୁ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ସୋନପୁର ପୂର୍ବତନ ବିଧାୟକ ବିନୋଦ କୁମାର ପାତ୍ର , ବରିଷ୍ଠ କଂଗ୍ରେସ ନେତା ରାଜଗୋପାଲ ପାଣିଗ୍ରାହୀ , ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ , ବ୍ଳକ ଯୁବ କଂଗ୍ରେସ ସଭାପତି ବିଦ୍ୟାଧର ଖୁର୍ଡିଆ , ସନ୍ତୋଷ ସମର୍ଥ , ସୁରେଶ କୁମାର ପଣ୍ଡା , ଗରିବ ଦଣ୍ଡସେନା , ଲବ ଝାଙ୍କର , ପଦ୍ମନାଭ ପଧାନ , ଦେବରାଜ ବାଘ , ଦେବରାଜ ମିଶ୍ର ଓ ରଞ୍ଜିତ ଝାଙ୍କର ଙ୍କ ସମେତ ପ୍ରମୁଖ ନେତା ଓ କର୍ମୀ ଏହି ସଙ୍କୀର୍ତ୍ତନ୍ୟ ସତ୍ୟାଗ୍ରହ ରେ ସାମିଲ ହୋଇଥିଲେ । ରାଜ୍ୟ ସରକାର ସମସ୍ତ ଦାବି ତୁରନ୍ତ ପୂରଣ ନକଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି କଂଗ୍ରେସ ନେତା ଓ କର୍ମୀ ଚେତାବନୀ ଦେଇଛନ୍ତି ।