ଦଳଗୁଡା ଗ୍ରାମ ର ନୂତନ ବିଦ୍ୟାଳୟ ନିର୍ମାଣ ରେ ମହାଦୁର୍ନୀତି


କଳାହାଣ୍ଡି, ୧୦/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ବ୍ଲକ ଅନ୍ତର୍ଗତ ଅଡ୍ରି ଗ୍ରାମ ପଞ୍ଚାୟତର ଦଳଗୁଡା ଗ୍ରାମରେ ନିର୍ମାଣ ହେଉଥିବା ନୂତନ ବିଦ୍ୟାଳୟ ଅତି ନିମ୍ନମାନର କାମ ହୋଇଥିବା ନେଇ ଜନ ସାଧାରଣ ଅଭିଯୋଗ କରିଛନ୍ତି , ସରକାର ଏକ ସ୍ଥାୟୀ ବିଦ୍ୟାଳୟ ନିର୍ମାଣ କରିବା ପାଇଁ ଦଶ ଲକ୍ଷ୍ୟ ଟଙ୍କା ବ୍ୟୟବରାଦ କରିଥିଲେ ସତ l ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ନିର୍ମାଣ ହେଲେ ଉପକୃତ ହେବେ ବୋଲି ଆଶା ରଖିଥିବା ବେଳେ , ବିଦ୍ୟାଳୟ ନିର୍ମାଣ କାମ ଅତି ନିମ୍ନମାନର ହେଉ ଥିବାରୁ ପ୍ରଶ୍ନବାଚି ଶୃଷ୍ଠି ହେଉଛି l ଦଳଗୁଡା ଗ୍ରାମ ବାସୀଙ୍କ ଅଭିଯୋଗ ଅନୁଯାଇ କନିଷ୍ଠ ଯନ୍ତ୍ରୀ ମଳୟ ଶତପଥୀ ନିଜ ଲୋକଙ୍କୁ ଲଗାଇ ଅତି ନିମ୍ନମାନର କାମ କରିବା ପାଇଁ ଠିକାଦାରଙ୍କୁ ନିର୍ଦେଶ ଦେଇ କହୁଥିବା ଗ୍ରାମ ବାସି ଲୋକେ ଅଭିଯୋଗ କରିଛନ୍ତିlକନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ଅତି ନିମ୍ନମାନର କାମ କରି ସରକାରୀ ଅର୍ଥକୁ ଆତ୍ମାସାତ କରୁଛନ୍ତି ବୋଲି ଏସ. ଏମ. ସି ସଭାପତି ଟଙ୍କଧର ରାଉତ. ସଭ୍ୟ କୈଳାସ ନାଏକ. ଛଚିନ୍ଦ୍ର ନାଏକ. ଲିଙ୍ଗରାଜ ନାଏକ. ଓ ଗ୍ରାମର ଯୋଗେନ୍ଦ୍ର ନାଏକ. ନନ୍ଦ ରାଉତ. ମାଧ ବେରୁ. ପଦ୍ମା ରାଉତ. ଚଞ୍ଚଳା ରାଉତ. ଅନୁସୟା ଗୌଡ଼. କନେକ ନାଏକ. କୁନି ରାଉତ ସମେତ ଅନେକ ଲୋକେ ପ୍ରତିବାଦ କରୁଥିବା ଆମ ଗଣମାଧ୍ୟମ ରେ ପ୍ରକାଶ କରିଛନ୍ତି । ଅତି ନିମ୍ନମାନର ବାଲି, ସେମେଣ୍ଟ, ରେ ବିଦ୍ୟାଳୟ ନିର୍ମାଣ କରାଯାଇଛି ବୋଲି ଗ୍ରାମ ବାସୀ ଲିଖିତ ଆକାରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଓ ସହାୟକ ଯୋନ୍ତ୍ରୀ ଙ୍କୁ ଦାବି କରୁଥିବା ବେଳେ ବ୍ଲକ୍ ପ୍ରଶାସନ ଅଭିଯୋଗ କୁ ଗୁରୁତ୍ଵ ଦେଉ ନାହାନ୍ତି । ଗ୍ରାମ ବାସୀଙ୍କ ଅଭିଯୋଗ ଉଚ୍ଚସ୍ତରୀୟ ତଦନ୍ତ କରି ନିର୍ମାଣ ହୋଇଥିବା କାମର ବିଲ ବନ୍ଧ କରି ସମ୍ପୃତ କନିଷ୍ଠ ଯନ୍ତ୍ରୀ ଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହେଉଛି l